Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଏକ) : ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।ମାତୃଭାଷାର ଉନ୍ନତି ତଥା ଶିଶୁମାନଙ୍କ ମୌଳିକ ଭାଷାର ଜ୍ଞାନ ବୃଦ୍ଧି ନିମନ୍ତେ ଛବିଳ ମଧୁ ବର୍ଣ୍ଣବୋଧର ଆବଶ୍ୟକତା ଉପଲବ୍ଧି କରି କଟକ ଜିଲ୍ଲାର ଟାଙ୍ଗୀ ଚୌଦ୍ବାର ଅନ୍ତର୍ଗତ ହଳଦୀ ବସନ୍ତ ଉପ୍ରା ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ବେହେରା ଏହି ବର୍ଣ୍ଣବୋଧ ବହି ବଣ୍ଟନକୁ ଓଡ଼ିଶାର ତିରିଶଟି ଜିଲ୍ଲାରେ ଜାରି ରଖିଛନ୍ତି। ଏହି ମଧ୍ୟରେ ସେ ତେଇଶ ହଜାରରୁ ଉର୍ଦ୍ଧ୍ଵ ଛବିଳ ମଧୁ ବର୍ଣ୍ଣବୋଧ ବହି ବାଣ୍ଟି ସାରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଶ୍ୱଜିତ ରାୟ ସି ଆର ସି ସି ଗଣନାଥପୁର, ତୁଳସୀ ରାମ ସାହୁ ସି ଆର ସି ସି ମେଦିନୀପୁର , ବିଜୟ କୁମାର ବାଗ ପ୍ରଧାନ ଶିକ୍ଷକ ଗୋଟଭଟ୍ଟା ଉଚ୍ଚ ବିଦ୍ୟାଳୟ , ରବିନ୍ଦ୍ର ନାଥ ଦାଶ ପ୍ରଧାନ ଶିକ୍ଷକ ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ, ସୂର୍ୟ ନାରାୟଣ ଦାଶ ପ୍ରଧାନ ଶିକ୍ଷକ ସୁଜନପୁର ପ୍ରାଥମିକ ବିଦ୍ୟାଳୟ, ସୁନିତି ମୁଣ୍ଡ ବଳରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର 56 ଜଣ ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟା ଯାଇଥିଲା । ଏହି ବହି ପିଲାମାନଙ୍କ ଭାଷା ଶିକ୍ଷଣ ପାଇଁ ଆବଶ୍ୟକ ଥିବା ଅକ୍ଷର ,ମାତ୍ରା, ଫଳା, ଯୁକ୍ତାକ୍ଷର ଶିଖିବାର ପ୍ରକୃଷ୍ଟ ମାଧ୍ୟମ ବୋଲି ସଭାରେ ଉପସ୍ଥିତ ସମସ୍ତ ଶିକ୍ଷକ ମତ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଯୁକ୍ତା ଦାଶ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ