Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଣ୍ଢୋଲ ରେ ଦୂର୍ଗା ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଠାରେ ବୁଧବାର ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅମିତ କୁମାର ବିସି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମ୍ପାଦକ ଶଙ୍କର ହଂସ କୋଷାଧ୍ୟକ୍ଷ ରବୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ହେବାକୁଥିବା ଦୁର୍ଗାପୂଜା କିଭଳି ଶାନ୍ତିଶୃଙ୍ଖଳା ଏବଂ ଆଡମ୍ବର ଭାବରେ ହୋଇ ପାରିବ ସେ ସବୁ ଉପରେ ଉକ୍ତ ସଭାରେ ଆଲୋଚନା ହୋଇଥିଲା । ସଭାରେ ଅନ୍ଯମାନଙ୍କ ମଧ୍ଯରେ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ । ପରେ ମା ଦୁର୍ଗାଙ୍କ ନାମରେ ଶୁଭସ୍ତମ୍ବ ସ୍ଥାପନ କରାଯାଇଥିଲା। ସଭା ସେଶରେ କୋଷାଧ୍ୟକ୍ଷ ରବୀ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ