Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଇଁଲାଛାଟ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଠାରେ ଚଳିତ ବର୍ଷ ହେବାକୁ ଯାଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ବୁଧବାର ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେଶ ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମ୍ପାଦକ ଦିବାକର ମେହେର , ସଂଯୋଜକ ସନ୍ତୋଷ ମେହେର , କୋଷାଧ୍ୟକ୍ଷ ସୋମନାଥ ମେହେର ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କେମିତି ଶାନ୍ତିଶୃଙ୍ଖଳା ଏବଂ ଆଡମ୍ବର ସହକାରେ ହୋଇପାରିବ ସେ ଉପରେ ସଭାରେ ଆଲୋଚନା ହୋଇଥିଲା । ସଭାପତିଙ୍କ ଅନୁରୋଧ କ୍ରମେ ଗୋଟିଏ ୬ ଜଣିଆ କମିଟି ଗଠନ କରାଯାଇଥିଲା । ଏଥିରେ ସନ୍ତୋଷ ମେହେର , ସୋମନାଥ ମେହେର , ସୁଧାନସୁଂ କର୍ମୀ , ମଞ୍ଜିତ ସେଠ , ପ୍ରଫୁଲ୍ଲ ଥନାପତି , ଶଙ୍କର ସାହୁ ପ୍ରମୁଖ ରହିଥିବା ବେଳେ ପରାମର୍ଶ ଦାତା ଭାବରେ ସୁରେଶ ଦେହୁରୀ , ଦିବାକର ମେହେର , ସୁନ୍ଦର ମେହେର ରହିଛନ୍ତି। ଅନ୍ଯମାନଙ୍କ ମଧ୍ଯରେ ଏଥିରେ ସୁରୁ ବାଘ , ଧନମାଲି ନାଏକ , ଲିଙ୍ଗ ସାହୁ , ଗୁପ୍ତେ ବଗର୍ତ୍ତୀ , ନିଳ ବାଘ , ସର୍ବେଶ୍ୱର ସାହୁ ସମେତ ଗଜଲକ୍ଷ୍ମୀ ପୂଜା କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ରହିଥିବା ବେଳେ ବଲରାମ ପଧାନ ଧନ୍ଯବାଦ ଅର୍ପଣ କରିଥିଲେ।