Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଗବର ୟୁ ପି ସ୍କୁଲ ରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ କୁଇଜ ପ୍ରତିଯୋଗୀତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ବାଗବର ସରକାରୀ ୟୁପି ସ୍କୁଲ ରେ ବୁଧବାର ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପୌରୋହିତ୍ୟରେ ଛାତ୍ର ଛାତ୍ରୀ ଙ୍କୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ ଉପରେ ସୂଚନା ପ୍ରଦାନ କରାଯାଇଥିଲା । ସ୍କୁଲ ର ଷଷ୍ଠ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ପର୍ଯ୍ୟଟନ ଭିତ୍ତିକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟେ ୬୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ସ୍ୱାତିଶ୍ରୀ ମହକୁର ପ୍ରଥମ , ସିତନ୍ ସାହୁ ଦ୍ଵିତୀୟ ଓ ସୁଦର୍ଶନ ପୂଝାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶିକ୍ଷକ ପ୍ରଭୁଦତ୍ତ ବେଦୋକ୍ତା , ସୁରେନ୍ଦ୍ର ଓତା , ଶିକ୍ଷୟିତ୍ରୀ ମିନାକ୍ଷୀ ପ୍ରଧାନ ଓ ଗୌରୀ କୁମୁରା ବିଚାରକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।