Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଆ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛରେ ତ୍ରୀକୋଣୀୟ ପ୍ରେମ ସନ୍ଦେହ

ଡ଼ିଆ ଡ଼ିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍‌ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ ପରିବାର ଲୋକେ। ଗତକାଲି ଝଡ଼ ବର୍ଷା ବେଳେ ଲାଇନ୍‌ ଯିବା ପରେ ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତାଙ୍କ ଦାଦା।

ସୂଚନା ମୁତାବିକ, ଶନିବାର ରାତିରେ ଖାରବେଳ ନଗର ଘରେ ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଛନ୍ତି ଅକ୍ଷୟ କୁମାର ଓରଫ ‘ଡିଜେ ଆଜେକ୍ସ’। ତେବେ ଆଜେକ୍ସଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ୍ୟୁ ପଛରେ ଜଣେ ଯୁବତୀଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି। ତ୍ରୀକୋଣୀୟ ପ୍ରେମକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ବ୍ଲାକମେଲିଂଙ୍କ ଯୋଗୁ ଆଜେକ୍ସ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକ ଆଜେକ୍ସଙ୍କ ମୋବାଇଲ ଓ ଅନ୍ୟ ସାମଗ୍ରୀ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯାହାକୁ ନେଇ ପୋଲିସ ଛାନଭିନ୍ନ ଆରମ୍ଭ କରିଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ସେପଟେ ଆଜେକ୍ସଙ୍କ ଜଣେ ସଂପର୍କୀୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତ୍ରୀକୋଣୀୟ ପ୍ରେମ ପାଇଁ ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ । ଏକ ଘରୋଇ ମେଡ଼ିକାଲ କଲେଜର ଛାତ୍ରୀଙ୍କୁ ଡିଜେ ଆଜେକ୍ସ ପ୍ରେମ କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀ ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ସେ କିଛି ଦିନ ହେଲା ମାନସିକ ଚାପରେ ଥିଲେ । ତେଣୁ ସେ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।