Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସହ ହାତ ମିଳାଇବା ଜେଡିଏସକୁ ପଡ଼ିଲା ଭାରି, ୧୦୦ରୁ ଅଧିକ ନେତା ଦେଲେ ଇସ୍ତପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି(ବିଜେପି) ସହିତ ମେଣ୍ଟ କରିବା ଏଚଡି ଦେବଗୌଡ଼ାଙ୍କ ପାର୍ଟି ଜନତା ଦଳ ସେକ୍ୟୁଲାର(ଜେଡିଏସ) ପାଇଁ ମହଙ୍ଗା ପଡ଼ିଛି। ଏ ପର୍ଯ୍ୟନ୍ତ ଦଳର ଶତାଧିକ ନେତା ଓ କର୍ମୀ ପାର୍ଟି ଛାଡ଼ି ସାରିଲେଣି। ଏଥିରୁ ଅଧିକାଂଶ ସଂଖ୍ୟାଲଘୁ ସଂପ୍ରଦାୟର ଅଛନ୍ତି। ବୁଧବାର ମହୀଶୂର ସହରର ନରସିମାରାଜ ବିଧାନସଭା କ୍ଷେତ୍ରରୁ ଅବଦୁଲ ଖାଦରଙ୍କ ସହ ୧୦୦ରୁ ଅଧିକ ପଦାଧିକାରୀ ଜେଡିଏସରୁ ଇସ୍ତଫା ଦେଇଛନ୍ତି।

ଜେଡିଏସର ଚିହ୍ନରୁ ବିଧାନସଭା ନିର୍ବାଚନ ଲଢିଥିବା ଖାଦର କହିଛନ୍ତି, ବିଜେପି ଓ ଆରଏସଏସ ସମଗ୍ର ଦେଶରେ ମୁସଲିମ ସମୁଦାୟଙ୍କୁ ଟାର୍ଗେଟ୍ କରୁଛନ୍ତି। ବିଜେପି ନେତା ଘୃଣାର ରାଜନୀତି କରୁଛନ୍ତି। ସଂଖ୍ୟାଲଘୁ ସମୁଦାୟକୁ ହଇରାଣ ହରକତ କରୁଛନ୍ତି। ବିଜେପି ନେତା ଖୋଲାଖୋଲି କହୁଛନ୍ତି ଯେ, ସେମାନେ ମୁସଲିମଙ୍କ ଭୋଟ୍ ଚାହାନ୍ତି ନାହିଁ। ତେଣୁ ଆମେ ଏହାକୁ ନେଇ ଦୁଃଖିତ ଯେ, ଜେଡିଏସ କାର୍ଣ୍ଣାଟକରେ ବିଜେପି ସହ ହାତ ମିଳାଇଲା।

ମୁସଲିମ ନେତା କହିଛନ୍ତି, ତାଙ୍କ ମନରେ ଜେଡିଏସ ନେତା ଏଚଡି କୁମାରସ୍ଵାମୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପାଇଁ ସମ୍ମାନ ରହିଛି, ମାତ୍ର ବିଜେପି ପ୍ରତି ନୁହେଁ। ଇସ୍ତଫା ଦେଇଥିବା ଜେଡିଏସ ସଂଖ୍ୟାଲଘୁ ନେତାମାନେ ଜେଡିଏସର ଅଧ୍ୟକ୍ଷ ସିଏମ ଇବ୍ରାହିମଙ୍କୁ ମଧ୍ୟ ତୁରନ୍ତ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି।

ଜେଡିଏସର ସଂରକ୍ଷକ ଏଚଡି ଦେବେଗୌଡ଼ା ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବୈଠକ ପରେ ବିଜେପି ସହିତ ମେଣ୍ଟ କରିବେ। ଆଉ ପରବର୍ତ୍ତୀ ସମୟରେ ଦଳ ବିଜେପି ସହ ହାତ ମିଳାଇ ଏନଡିଏ ମେଣ୍ଟରେ ସାମିଲ୍ ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ