Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଝି ନଦୀରେ ଫସିଲେ ହାତୀ ପଳ

କଣ୍ଟାମାଲ:ମଝି ନଦୀରେ ଫସିଛନ୍ତି ହାତୀ ପଳ ।ନଦୀ ପାରି ହେଉଥିବା ସମୟୟରେ ହଠାତ୍ ନଦୀ ଫୁଲି ଉଠିବା ବେଳେ ଏହି ହାତି ପଳ ଏକ ଟିପୁରେ ଫସିରକିଥବା ଦେଖାବାକୁ ମିଳିଛି ବୌଦ୍ଧ କଣ୍ଟାମାଲ ଅଞ୍ଚଳରେ। ମାଣିକପୁର ଗାଁ ତେଲ ନଦୀରେ ହଠାତ ପାଣି ଫୁଲିବା ଯୋଗୁଁ ନଦୀ ପାରି ସମୟରେ ପ୍ରାୟ ୧୨ ହାତୀ ପଳ ଫସିଥିବା ନେଇ ବନ ବିଭାଗ ସୂତ୍ରରୁ ଖବର ମିଳୁଛି। ଏଥିରେ ମାଈ,ଅଣ୍ଡିରା ଓ ଶାବକ ହାତୀ ରହିଛନ୍ତି।
ଲୋକ ଗହଳି ଓ ପାଣି ଯୋଗୁଁ ହାତୀ ଆଗପଛ ହୋଇପାରିନଥିଲେ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ନିଜ କୌଶଳ ଆପଣେଇଛି।ଏଥିରେ ଅଯଥା ଜନ ଗହଳି ନକରି ହାତୀଙ୍କୁ ଉଦ୍ଧାର ପାଇଁ ଜନ ସହଯୋଗ କାମନା କରିଛି ବନ ବିଭାଗ।