Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲିରେ ୧୮୭ ତମ ଅନନ୍ତମୁଖୀ ପୂଜାତ୍ସୋବ

ସମ୍ବଲପୁର : ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ଖଲିଆପାଲି ଠାରେ ଆଜି ୧୮୭ ତମ ଅନନ୍ତମୁଖୀ ପୂଜାତ୍ସୋବ ପାଳିତ ହୋଇଛି। ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରହିତ୍ୟରେ ପୂଜାତ୍ସୋବ ପାଳିତ ହୋଇଥିବା ବେଳେ ଏଥିରେ ବ୍ରଜ କିଶୋର ମିଶ୍ର ଓ ରସ୍ମିତା ମିଶ୍ର ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସଂପର୍ନ୍ନ କରିଥିଲେ । ବରିଷ୍ଠ ନାଗରୀକ ଗୋପାଳମଣୀ ମିଶ୍ର ଗୀତା ପାଠ କରିଥିବା ବେଳେ ପଣ୍ଡିତ ଶିବ ଶଙ୍କର ପଣ୍ଡା,ପଣ୍ଡିତ ଅଜୟ ନାୟକ,ପଣ୍ଡିତ ବିଦ୍ୟାଭୁଷଣ ନାୟକ,ପଣ୍ଡିତ ଅଭୟ ନାୟକ,ପଣ୍ଡିତ ସୁଦୀପ୍ତ ନାୟକଙ୍କ ସହିତ ସିଦ୍ଧେଶ୍ୱର ନାୟକ, ଆଶୁତୋଷ ପଣ୍ଡା,ଅଶୋକ କୁମାର ପୁରୋହୀତ,ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ପ୍ରକାଶ କୁମାର ସୂପକାର,ଅଶୋକ ପୂଝାରୀ, ଅକ୍ଷୟ କୁମାର ନାୟକ, ସୁବୋଧ କୁମାର ନାୟକ,ଡା.ରାଜାରାମ ଷଡଙ୍ଗୀ ପ୍ରମୂଖ ବହୁ ବ୍ରାହ୍ମଣ ଶ୍ରୀମଦ୍ ଭାଗବତର ବିଭିନ୍ନ ଅଧ୍ୟାୟ ପାଠ କରିଥିଲେ। ସୂଚନାଯୋଗ୍ୟଯେ ଗତ ୧୮୩୬ ମସିହାରୁ ଅନବରତ ଭାବେ ଏହା ଖଲିଆପାଲିରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହାକୁ ଗ୍ରାମର ବେଦବ୍ଯାସ ପଣ୍ଡା,ସଚ୍ଚିଦା ନନ୍ଦ ନାୟକ,ରାଧାମୋହନ ଷଡଙ୍ଗୀ ଓ ମହିଳା ମାନେ ଏହାକୁ ପରିଚାଳନା କରିଥିଲେ । ପୁର୍ଣ୍ଣାହୁତି ପରେ ସମସ୍ତଙ୍କ ଭକ୍ତଜନଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ