ରାଜ୍ୟର ୫୫୦ କଲେଜରେ ୬୬୯୨ ଅଣଶିକ୍ଷକ ପଦବୀରୁ ୫୦୨୮ ଖାଲି

ରାଜ୍ୟର ୫୫୦ଟି ଅନୁଦାନପ୍ରାପ୍ତ କଲେଜରେ ଥିବା ୪୮୮ ବର୍ଗର ମୋଟ ୬୬୯୨ଟି ଅଣଶିକ୍ଷକ ପଦବୀରୁ ୫୦୨୮ଟି ଖାଲି ରହିଛି | ଡିସେମ୍ବର ୨୦୨୨ ସୁଦ୍ଧା ୫୦୨୮ ପଦବୀ ଖାଲି ଥିବା ନେଇ ସରକାର ତଥ୍ୟ ଦେଇଛନ୍ତି |
ତଥ୍ୟ ଅନୁସାରେ ମୋଟ ୧୮୦ ଟି ହେଡ଼ କ୍ଲର୍କ ପଦବୀ ମଧ୍ୟରୁ ୧୫୧ ଟି ପଦବୀ ଖାଲି ରହିଛି | ସେହିପରି ୮୬୯ ଜୁନିୟର କ୍ଲର୍କ ପଦବୀ ମଧ୍ୟରୁ ୬୫୮ ଟି ପଦବୀ ଓ ୧୫୭୨ଟି ପିଅନ ପଦବୀ ମଧ୍ୟରୁ ୧୨୪୫ ଟି ଖାଲି ପଡିଛି | ସେହିପରି ଅନ୍ୟାନ୍ୟ ଖାଲିଥିବା ପଦବୀ ଗୁଡିକ ନେଇ ମଧ୍ୟ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।
ତେବେ ମୋଟ ୬୬୯୨ଟି ଅଣଶିକ୍ଷକ ପଦବୀରୁ ୫୦୨୮ଟି ଖାଲି ପଡିଥିବା ବେଳେ ଏହି କଲେଜ ଗୁଡିକ କିଭଳି ଚାଲିଛି ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି |