Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ

ସମ୍ବଲପୁର : ଯୁଯୋମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତର ଡଙ୍ଗରପଡା ଠାରେ ଆଜି ଅନନ୍ତମୁଖୀ ପୂଜା ଓ ଭଗବତ ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି। ପଣ୍ଡିତ ଶାସ୍ୱତ ବଡପଣ୍ଡାଙ୍କ ପୌରହିତ୍ୟରେ ପୂଜାତ୍ସୋବ ପାଳିତ ହୋଇଥିବା ବେଳେ ଏଥିରେ ପ୍ରିୟ ରଞ୍ଜନ ବଡପଣ୍ଡା ଓ ସ୍ମୃତିରେଖା ବଡପଣ୍ଡା ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସଂପର୍ନ୍ନ କରିଥିଲେ । ଏଥିରେ ରାଜାରାମ ପାଢୀ,ସୁବାସ ଚନ୍ଦ୍ର ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା,ଭିଷ୍ମଦେବ ପଣ୍ଡା,ନାରାୟଣ ପଣ୍ଡା, ନିର୍ମଳ କୁମାର ପାଢୀ,ବିମଲେନ୍ଦୁ ମିଶ୍ର,ସନ୍ତୋଷ ଶର୍ମା,ଦୟାସାଗର ପଣ୍ଡା,ସୁଧିର ପଣ୍ଡା,ଅୟସ କାନ୍ତ ବଡପଣ୍ଡା,ପ୍ରମୂଖ ବ୍ରାହ୍ମଣ ଶ୍ରୀମଦ୍ ଭାଗବତର ବିଭିନ୍ନ ଅଧ୍ୟାୟ ପାଠ କରିଥିଲେ। ସମାଜସେବୀ ଦିଲ୍ଲିପ କୁମାର ପଣ୍ଡାଙ୍କ ସଂଯୋଜନାରେ ଏହାକୁ ଗ୍ରାମର ବଂଶିଧର ବେହେରା,ମହେଶ ପୁରୋହୀତ,ଗଙ୍ଗାଧର ସାହୁ ଓ ମହିଳା ମାନେ ଏଥିରେ ସହଯୋଗ କରିଥିଲେ । ପୁର୍ଣ୍ଣାହୁତି ପରେ ସମସ୍ତଙ୍କ ଭକ୍ତଜନଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।