Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜିତ

ସମ୍ବଲପୁର:ଆଜି ଦିବା ୧୧ଟା ସମୟରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତା ପ୍ରାରମ୍ଭରେ ସଭାପତି ଅଶୋକ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସହସମ୍ପାଦକ ସୁରେଖା ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ଅଶୋକ କୁମାର ପ୍ରଧାନ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରଶାନ୍ତ ପାଟଯୋଶୀ ଓ ଦିଲୀପ କୁମାର ବଘାର ମୂଲ୍ୟାଙ୍କନ କାର୍ଯ୍ଯ ତୁଲାଇ ଥିଲେ। ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟର ରାଜଶ୍ରୀ ସୁନା,ସୋନାଲି ସ୍ୱାଇଁ ପ୍ରଥମ,ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର କୌଶିକ ପଶାୟତ ଓ ସଂସଦ ସାକ୍ଷାତ ଷଡଙ୍ଗୀ ଦ୍ୱିତୀୟ ଏବଂ ବୁଢାରଜା ଉଚ୍ଚ ଇଂରାଜୀ ବିଦ୍ୟାଳୟର ତାପସ ରଞ୍ଜନ ପଣ୍ଡା,ନିଖିଳ କୁମାର ପୂଜାରୀ ଏବଂ ସେଣ୍ଟ ଜୋନ୍ସ ବିଦ୍ୟାଳୟର ପ୍ରୟାସ ବେହେରା,ଅମିତେଶ ସାହୁ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନୁରୂପ ଭାବରେ ବରିଷ୍ଠ ବର୍ଗରେ ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରାହୁଲ ମହାପାତ୍ର,ସ୍ୱୟାଂସୁ ସତ୍ୟପ୍ରଜ୍ଞ ସାହୁ ପ୍ରଥମ,ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ମାନସ ରଞ୍ଜନ ମିଶ୍ର ଓ ଶୁଭ୍ରାଂଶୁ ଡାଙ୍ଗ୍ ଦ୍ୱିତୀୟ ତଥା ନିଉଟନ କଲେଜର ମାଧବେନ୍ଦ୍ର ପୁରୀପଣ୍ଡା ଓ ଝସକେତନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରକାଶ ଥାଉକି ଆସନ୍ତା ଅକ୍ଟୋବର ଦୁଇ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ହେବାକୁ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବରେ ଏହି କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ରଘୁନାଥ ମିଶ୍ର,ପ୍ରଫୁଲ୍ଲ କୁମାର ହୋତା,ଡ. ପରେଶ ଚନ୍ଦ୍ର ଦାନୀ,ରାମାନୁଜ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ବୟୋଜ୍ୟେଷ୍ଠ ସଭ୍ଯମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଉପସଭାପତି ଶିବନାରାୟଣ ପାଣିଗ୍ରାହୀ,ସଭ୍ୟ ଲଳିତ ବେବର୍ତ୍ତା,ଅଖିଳ ପଟ୍ଟନାୟକ,ଲୋକନାଥ ପାଣ୍ଡେ, କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ। ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ