Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀପାଦ ଜଙ୍ଗଲ ରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର

ଗୋପାଳପୁର ୨୯/୯ ଗୋପାଳପୁର ଥାନା ଅନ୍ତର୍ଗତ ହାତିପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଜଣେ ଅଜଣା ଯୁବକର ଗଳିତ ପୋଚାସଢା ଶବକୁ ପୁଲିସ ଉଦ୍ଧାର କରିଛି l ସୂଚନା ମୁତାବକ ଆଜି ସକାଳେ କାଜୁ ଜଙ୍ଗଲ ମଧ୍ୟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚକୁ ଲୋକେ ଜଣାଇଥିଲେ l ପରେ ସରପଞ୍ଚ ଥାନାକୁ ଖବର ଦେଇଥିଲେ l ଖବର ପାଇଁ ଥାନା ଏସ ଆଇ ମହେନ୍ଦ୍ର ବେହେରା, ହାବିଲଦାର ଅଜୟ କୁମାର ଶତପଥୀଙ୍କ ସମେତ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ପରେ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିବା ସହ ଶବକୁ ଜବତ କରାଯାଇଛି ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ବେଳେ ବ୍ୟବଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି lଗଳିତ ଶବଟି ପ୍ରାୟ ୧୦ ଦିନ ତଳର ହୋଇଥିବା ବେଳେ ଦେହର ମାଂସ ପଚିସଢି ଯାଇଥିବା ସହ ମୁହଁ ଟି ମଧ୍ୟ ବିକୃତ ହୋଇଯାଇଛି। ଯୁବକ ଜଣଙ୍କ କଳା ରଙ୍ଗର ଏକ‌ଫୁଲ ପ୍ୟାଣ୍ଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଉକ୍ତ ସ୍ଥାନଟି ଗୋଳାବନ୍ଧ ଆର୍ମି ଏଡି କଲେଜ ସମେତ ଲଉଡ ଗାଁ ଠାରେ ଥିବା ନିର୍ମାଣଧୀନ ଆଇଜର ପ୍ରକଳ୍ପ ନିକଟବର୍ତ୍ତୀ ହୋଇଥିବା ବେଳେ କେଉଁ ପରିସ୍ଥିତିରେ କାହାର ମୃତ ଦେହ ସେଠାରେ ପଡ଼ିଲା ତାହା ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories