Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଳବ ରୋଡରେ ବେଆଇନ ଗୁଟଖା କାରଖାନା ଚଢ଼ାଉ।୧୦ ଲକ୍ଷ ଟଙ୍କା ଗୁଟଖା ସହ ସାମଗ୍ରୀ ଜବତ।୩ ଗିରଫ।

ଗୋପାଳପୁର,୨୯/୦୯ ଗୋଳନ୍ଥରା ଥାନା ଅଧୀନସ୍ଥ ହଳଦିଆପଦର ରାଲବ ରୋଡ଼ର ତୁଳସୀ ବିହାର ଅଞ୍ଚଳରେ ଚାଲୁଥିବା ବେଆଇନ୍ ଗୁଟଖା କାରଖାନା ଉପରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କା ର ଗୁଟଖା ସହ ପ୍ରସୂତ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଧୀନ କାଶୀ ନଗର ସାହିର ନିରଞ୍ଜନ ପ୍ରଧାନ, ପାଣିଗ୍ରାହୀ ପେଣ୍ଠ ସାହିର ରାମଚନ୍ଦ୍ର ଦାଶ ଏବଂ ରେଡ଼ିକା ସାହିର କେ. ଶ୍ରୀରାମୁଲୁ ରେଡି ବୋଲି ପୁଲିସ ସୂଚନା ଦେଇଛି।ଜବତ ହୋଇଥିବା ଗୁଟଖା ର ପରିମାଣ ୧୦ ଲକ୍ଷ ଟଙ୍କା ର ହେବ ବୋଲି ପୁଲିସ ସୂଚନା ଦେଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଙ୍କ ପକ୍ଷରୁ ଗୁରୁବାର ମଧ୍ୟରାତ୍ରିରେ ଅଚାନକ ତୁଳସୀ ବିହାର ର ଏକ ଘର ଉପରେ ଚଢ଼ାଉ କରିଥିଲେ ।ଘର ପରିସରରୁ ବହୁ ପରିମାଣର ଗୁଟଖା, ମାୱା ମସଲା ପ୍ରସ୍ତୁତ ପ୍ୟାକେଟ ସହ କଞ୍ଚାମାଲ, ୫ଟି ଜାରି ରୋଲ ,ପେକିଂ ମେସିନ୍, ଧୂଆଁପତ୍ର, ଗୁଆ , ଅଖା ସିଲେଇ ମେସିନ୍, ଇତ୍ୟାଦି ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୁଲିସ ର ତଦନ୍ତ ସମୟରେ ଗତ ତିନି ମାସ ତଳେ ଅଭିଯୁକ୍ତ ମାନେ ପି ନାରସିହଂଲୁ ଙ୍କ ଘରକୁ ଭଡ଼ା ସୂତ୍ରରେ ନେଇଥିଲେ। ସେଠାରେ ଯୁବକ ମାନେ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରି ଆସୁଥିଲେ। ଅନ୍ୟ ପଟେ ଏଥିରେ ଘର ମାଲିକ ସମ୍ପୃକ୍ତ ରହିଛନ୍ତି ନା ନେଇ ସେ ନେଇ ତଦନ୍ତ ଚାଲୁ ରହିଥିବା ପୁଲିସ ସୂଚନା ଦେଇଛନ୍ତି। ଅନ୍ୟ ପଟେ ରେଡ଼ିକା ସାହିର କେ. ଶ୍ରୀରାମୁଲୁ ରେଡି ଙ୍କ ନାମରେ ବେଆଇନ ଗୁଟଖା କାରବାର ମାମଲାରେ ବଡ଼ବଜାରର ପୁଲିସ ପକ୍ଷରୁ ଗତ ଜୁନ ମାସରେ ଗିରଫ କରାଯାଇଥିବା ବେଳେ ବଡବଜାର ଥାନାରେ ୨ ଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେଉଁ ବେଆଇନ ଗୁଟଖା ବେପାରୀ ମାନେ ନିଜର ବେପାର କରିବା ପାଇଁ ସହରାଞ୍ଚଳ ପରିବର୍ତ୍ତେ ଗ୍ରାମାଞ୍ଚଳରେ ଥିବା ଏକୁଟିଆ ଘରେ ଭଡ଼ା ସୂତ୍ରରେ ନେଇ ଏପରି ବ୍ୟବସାୟ କରି ଆସୁଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories