Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରା ଅଞ୍ଚଳରେ ଝାଡ଼ା ବାନ୍ତି : 50 ରୁ ଉର୍ଦ୍ଧ୍ବ ଆକ୍ରାନ୍ତ 3 ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ମାନେ ହେଲେ କମିରା ଗ୍ରାମର ଦର୍ଶନି ବେହେରା (୫୦) ଓ ପରୀକ୍ଷିତ ପ୍ରଧାନ( ୫୩) ହୋଇଥିବା ବେଳେ ନିକଟସ୍ଥ ସୁନାରିବେର୍ଣି ଗ୍ରାମର ଧରଣୀ ଥନାପତି (୧୯) ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁଚନାମତେ ଧରଣୀ ଥନାପତି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନା କୁ ନେଲା ବେଳେ ବାଟରେ ମୃତ୍ୟୁ ହୋଇଥିଲା l ସେହିପରି କମିରା ଗ୍ରାମର ପରକ୍ଷିତ ଙ୍କ ସୋନପୁର ଡାକ୍ତରଖାନା ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମୃତକ ଦର୍ଶନି ବେହେରା ଙ୍କ ମୃତ୍ୟୁ ଘରେ ହୋଇଥିବା ଜଣା ପଡ଼ିଛି । ଗ୍ରାମ କୁ ପାଇପ ଯୋଗେ ଯୋଗାଣ ହେଉଥିବା ପାଇପ୍ ଲାଇନ୍ ଫାଟି ଯିବା ସତ୍ତ୍ବେ ସେହି ଫଟା ପାଇପ୍ ଦେଇ ଜଳ ଯୋଗାଣ ହେଇଥିଲା । ଫଳରେ ସେଥିରେ ଯୋଗାଣ ହେଉଥିବା ଦୂଷିତ ପାଣିପିଇ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ନିଜ ଖର୍ଚ୍ଚରୁ ଡାକବାଜି ଯନ୍ତ୍ର ଲଗାଇ ଲୋକଙ୍କୁ ପାଇପ୍ ପାଣି ନ ବ୍ୟବହାର କରିବାକୁ ଘୋଷଣା କରଯାଇଛି । ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଏସଡିଏମଓ ସପ୍ନେଶ୍ୱର ବେହେରା ଙ୍କୁ ଯୋଗାଯୋଗ କରିବାରୁ କମିରା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ବିଭାଗ ଏଥିପ୍ରତି ତତ୍ପର ରହିଛି ବୋଲି କହିଛନ୍ତି । ମାତ୍ର ମୃତକ ଙ୍କ ବିଷୟରେ ତାଙ୍କ ପାଖରେ ସୂଚନା ନ ଥିବା କହିଛନ୍ତି । ଜିଲ୍ଲା ଓ ଉପଖଣ୍ଡିୟ ମେଡିକାଲ ଟିମ୍ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି । ଡ଼ା.ବେହେରା ଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ତାରିଖ ରୁ ୨୯ ତାରିଖ ମଧ୍ୟରେ ପ୍ରାୟ ୩୧ ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ଆରୋଗ୍ୟ ହୋଇ ସାରିଥିବା ବେଳେ ୧୪ ଜଣ ବୀରମହାରାଜପୁର ଓ ସୁବଳୟା ଡାକ୍ତରଖାନା ରେ ଏବେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ତେବେ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।