Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ବାଚସ୍ପତି ଶାସକ ଦଳର କଣ୍ଢେଇ, ସରକାର ଉପରକୁ ସଙ୍କଟ ଆସିଲେ ଖାଲି ମୁଲତବି କରୁଛନ୍ତି’

ଭୁବନେଶ୍ଵର: ଚଳିତ ମୌସୁମୀ ଅଧିବେଶନରେ ଗୃହ କାର‌୍ୟ୍ୟ ଏବଂ ମୁଲତବି ଅଧିକ ହେବାରେ ଲାଗିଛି। ଆଜି ମଧ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି। ମୁଲତବି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କଟୁ ସମାଲୋଚନା କରିଛନ୍ତି। ବାଚସ୍ପତି ଶାସକ ଦଳର କଣ୍ଢେଇ ବୋଲି ସେ କହିଛନ୍ତି।

ଜୟନାରାୟଣ କହିଛନ୍ତି, ବାଚସ୍ପତି ଶାସକ ଦଳର କଣ୍ଢେଇ ପରି କାମ କରୁଛନ୍ତି। ବାଚସ୍ପତିଙ୍କୁ ଦଳୀୟ ଭାବନାରୁ ଉର୍ଦ୍ଧ୍ଵରେ ରହିବା ଉଚିତ୍। ଗୃହ ସ୍ଵାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ବି ଡାକୁ ନାହାନ୍ତି। ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁ ନାହାନ୍ତି। ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳ ପ୍ରତି ସଙ୍କଟ ଆସିଲେ ଗୃହକୁ ତୁରନ୍ତ ମୁଲତବୀ ରଖାଯାଉଛି। ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ୍ ବି ଦିଆଯାଉନାହିଁ ବୋଲି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଅଭିଯୋଗରେ ବିଜେପି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗକୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ବିଜେପି ବାଚସ୍ପତିଙ୍କ ଏପରିକ ନିଷ୍ପତ୍ତିକୁ ଘୋର ବିରୋଧ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ