Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଲାଗଡ ପଞ୍ଚାୟତରେ ମହାବିଦ୍ୟାଳୟ, ଇଣ୍ଟରନେଟ ଟ୍ରାଓ୍ବର,ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାଲାଗି ଅଞ୍ଚଳ ବାସୀଙ୍କ ଦାବି

ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡ ପଞ୍ଚାୟତ ଏକ ପାହାଡ ପର୍ବତ ଦୁର୍ଗମ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଅଂଚଳ ଅଟେ l କାରଣ ଏହି ଅଂଚଳର ଆଖ ପାଖ ପାଞ୍ଚ ଖଣ୍ଡ ପଞ୍ଚାୟତ ରେ ପ୍ରାୟ ପଚିଶି ହଜାର ରୁ ଅଧିକ ଜନ ସଂଖ୍ୟା ବସବାସ କରନ୍ତି ! ଛେଲାଗଡ ପଞ୍ଚାୟତ ର ଖ୍ରୀଷ୍ଟପୁର ଗ୍ରାମରେ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ଆଜକୁ ପ୍ରାୟ ପଚାଶ ବର୍ଷ ରୁ ଉର୍ଦ୍ଧ ହେବା ଏହି ବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମଧ୍ୟରୁ ଏ ଶହେ ଭାଗରୁ ଶହେ ଭାଗ ପିଲାମାନେ ଦଶମ ଶ୍ରେଣୀ ରେ ଉତ୍ତିର୍ଣ୍ଣ ହୋଇ ଆସୁଛନ୍ତି l ହେଲେ ପ୍ରାୟ ଗରିବ ଶ୍ରେଣୀର ଜନସାଧରଣ ଏହି ଅଂଚଳ ରେ ବସ ବାସ କରି ଆସୁଛନ୍ତି, କାରଣ ଉଚ୍ଚ ଶିକ୍ଷା ପୋଡିବାକୁ ଇଛା ଥିଲେ ମଧ୍ୟ, ଅର୍ଥର ଅଭାବ ହିଁ ସାଜୁଛି ବାଧକ l ଏହି ଅଞ୍ଚଳର ଅଧିକାଂଶ ପରିବାର ଲୋକେ ଖଟିଖିଆ ମଜୁରୀ,କାମ କରି ନିଜ ନିଜ ପରିବାର ପୋଷଣ କରି ଆସୁଛନ୍ତି ସେମାନଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ଭବିଷ୍ୟତ ଗଢ଼ିବା ଇଛା ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ଦେଇ ପାରୁ ନାହାଁନ୍ତି ସେମାନଙ୍କ ପିଲାମାନେ ଦେଖିଥିବା ସ୍ୱପ୍ନ ସପ୍ନରେ ହିଁ ରହି ଯାଉଛି l ରାଜ୍ୟ ସରକାର
ଯଦି ଏହି ଛେଲାଗଡ଼ ପଞ୍ଚାୟତ ରେ ଗୋଟିଏ ମହାବିଦ୍ୟାଳୟ ର ସୁବିଧା କରନ୍ତି l ତାହାହେଲେ ଅଂଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇପାରିବେ ଏବଂସେମାନଙ୍କ ଆଶା ପୂରଣ ହେବ l. ପୁଣି କୌଣସି ଗର୍ଭବତୀ ମା ପ୍ରସବ କିମ୍ବା କୌଣସି ବ୍ୟକ୍ତି ଯଦି ଦୁର୍ଘଟଣା ଆହତ ହୁଅନ୍ତି ତେବେ ସେମାନଙ୍କୁ ଏଠାରୁ ମେଡିକାଲ କୁ ନେବା କଷ୍ଟସାଧ୍ୟ ହୋଇପଡିଛି l କାରଣ ଏ ଅଞ୍ଚଳର ଅନେକ ଗ୍ରାମକୁ ଆମ୍ବୁଲାନ୍ସ ଆସିବା ବହୁ କଷ୍ଟକ ର ବିଷୟ l କାରଣ ପ୍ରାୟ ୪୦ରୁ ୫୦ କି.ମି ଦୂରରୁ କେବେ ଆମ୍ବୁଲାନ୍ସ ଆସିବ ତାକୁ ଅପେକ୍ଷା କରି ରୋଗୀ ଜୀବନ ମରଣ ସହ ସଂଗ୍ରାମ କରି ଭାଗ୍ୟକୁ ଆଧାର କରି ପଡ଼ି ରହି ଥାଆନ୍ତି l ତେଣୁ ଏଠାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଗଲେ ଏ ଅଞ୍ଚଳର ଗରିବ ଖଟିଖିଆ ଲୋକେ ପ୍ରାୟ ତିନିରୁ ଚାରିଗୋଟି ପଞ୍ଚାୟତ ର ଲୋକେ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ପାରିଥାନ୍ତେ ଛେଲାଗଡ ପଞ୍ଚାୟତ ର ସରପଞ୍ଚ ଡାଳିମ୍ବ ଗମାଙ୍ଗ ଏବଂ ସମିତି ସଭ୍ୟା ଶିବାନୀ ଦଳବେହେରା ସମେତ ଅଂଚଳ ର ଜନସାଧାରଣ ଦାବି କରିଛନ୍ତି ଏହି ଅଂଚଳ ବାସିଙ୍କ ପାଇଁ ଯଦି ସରକାର ଏକ ଉଚ୍ଚ ମହାବିଦ୍ୟାଳୟ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ ଏବଂ ଇଣ୍ଟରନେଟ କ୍ଷେତ୍ରରେ ଅଞ୍ଚଳ ବାସି ବହୁତ ଉପକୃତ ହୋପାରିଥାନ୍ତେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ