Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୯ ଦିନିଆ ସ୍ୱାବଲମ୍ବନ ତାଲିମ ଶିବିର ଉଦଘାଟିତ

ସମ୍ବଲପୁର:ଆଜି ଗୋଲାବନ୍ଧ ସ୍ଥିତ ଆଦର୍ଶ ଟ୍ରେନିଙ୍ଗ ପରିସରରେ ସିଡବି, ଉଷା ଏବଂ ଗ୍ରାମ – ଉତ୍ଥାନ ମିଳିତ ଆନୁକୁଲ୍ୟରେ ୯ ଦିନିଆ ଆବାସିକ ସ୍ଵବାଲମ୍ଵନ ସିଲାଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ର ୧୫ ଟି ଗ୍ରାମ ରୁ ଏବଂ ଝାରସୁଗୁଡ଼ା ଜିଲ୍ଲା ଲାଇକିରା ବ୍ଲକ୍ ର ୧୦ ଟି ଗ୍ରାମ ରୁ ମୋଟ ୨୫ ଜଣ ମହିଳା ଏହି ଶିବିରରେ ତାଲିମ ନେଉଥିଲେ । ଏହି ଶିବିର ଉଜ୍ଜପାନି ଦିବସରେ ଶ୍ରୀଯୁକ୍ତ ଧିରେନ୍ ଦାସ, ଏ ଜି ଏମ, ନାବାର୍ଡ, ଶ୍ରୀଯୁକ୍ତ ବିଜୟାନନ୍ଦ ଦାଶ, ପ୍ରୋଗ୍ରାମ ମ୍ୟାନେଜର, ଉଷା ଇଣ୍ଟରନେସନାଲ, ଶ୍ରୀମତୀ ପ୍ରଭାତୀ ଖୁଣ୍ଟିଆ ଏବଂ ଶ୍ରୀମତୀ ସୁଚିଶ୍ମିତା ସାହୁ, ଟ୍ରେନର, ଉଷା ଇଣ୍ଟରନେସନାଲ, ଶ୍ରୀଯୁକ୍ତ ପ୍ରଦୀପ ବେହେରା, ସମ୍ପାଦକ, ଆଦର୍ଶ ଏବଂ ଶ୍ରୀଯୁକ୍ତ ଗୁରୁ ପ୍ରସାଦ ମହାନ୍ତି, ପ୍ରକଳ୍ପ ଅଧିକାରୀ, ଗ୍ରାମ – ଉତ୍ଥାନ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ୨୫ ଜଣ ତାଲିମାର୍ଥି ମାନଙ୍କୁ ବିନା ମୂଲ୍ୟ ରେ ସିଲାଇ ମେସିନ ଏବଂ ସିଲାଇ ଉପକରଣ ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହି ୨୫ ଜଣ ମହିଳା ନିଜ ନିଜ ଗ୍ରାମରେ ଅନ୍ୟ ମହିଳା ଏବଂ ବାଳିକା ମାନଙ୍କୁ ସିଲାଇ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାଵଲମ୍ବୀ ହେବାରେ ସହଯୋଗ କରିବେ।