Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଜ୍ରାଘାତରେ ୭ ଆହତ, ସଦର ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର: ଯୁଯୋମୁରା ବ୍ଲକ୍ ଅଧିନସ୍ଥ ନୂଆଁ ବରଙ୍ଗାମାଲ ପଞ୍ଚାୟତର ନିକଟସ୍ଥ ଗୋବର୍ଧନ ବଡ଼ମାଳ ପାଖ କଳ୍ପା ମହାଦେବ ମନ୍ଦିର ପାଖ ହକି ପଡିଆରେ ଆଜି ହକି ଟୁର୍ନାମେଣ୍ଟ ଚାଲିଥିଲା l ମେଚ ଦେଖବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ l ଖେଳ ଚାଲିଥିଲା ବେଳେ ସନ୍ଧ୍ୟାରେ ହଠାତ ବର୍ଷା ହେବାରୁ ନିକଟସ୍ଥ ଗଛ ତଳକୁ ଆଶ୍ରୟ ନେବାକୁ ଲୋକେ ଧାଇଁ ଯାଇଥିଲେ l ହଠାତ ବଜ୍ରପାତ ଘଟିବାରରୁ ଘଟଣାସ୍ଥଳରେ ସାତ ଜଣ ଚେତା ଶୂନ୍ୟ ହୋଇପଡିଲେ l ଘଟଣା ସ୍ଥଳରେ ଥିବା ଅନ୍ୟମାନେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ସଦର ଡାକ୍ତରଖାନା ରେ ଭର୍ତି କରିଥିଲେ l ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କେତେକଙ୍କ ଚେତା ଫେରିଥିବା ବେଳେ ଆଉ କେତେଜଣ ଗୁରୁତର ଥିବା କୁହାଯାଇଛି l ବଜ୍ରପାତରେ ଆହତଙ୍କ ମଧ୍ୟରେ ଅଛନ୍ତି ଫିଲିସ୍କା କେରେକେଟା, ନିର୍ମଳା କେରେକେଟା,ଜୟନ୍ତି କେରେକେଟା ,ମୁକ କେରେକେଟା, ପାରବତି ଉରାମ, ନିଲମ କେରେକେଟା ( ୬ ମାସରେ ଗର୍ଭବତୀ) ଓ ଅନ୍ୟମାନେ ସ୍ଥାନୀୟ ଅଞ୍ଚଳ ହୋଇଥିଲେବି ସେମାନଙ୍କ ସଠିକ ଠିକଣା ମିଳିପାରିନି।