ଝାରସୁଗୁଡା ୧/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଣ୍ଡେଇକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେମେଲିଆ ଗ୍ରାମର ଭୀମ ପଧାନ ଙ୍କ ୧୪ ବର୍ଷ ର ପୁଅ ଅଭିଷେକ ଗୁରୁବାର ଅପରାହ୍ନ ପ୍ରାୟ ୩ ଟା ସମୟ ରୁ ଖେଳିବାକୁ ଯାଉଛି କହି ଘରୁ ସାଇକେଲ ଧରି ବାହାରି ଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କ ସାଙ୍ଗସାଥି ପାଖ ସାହି ପଡ଼ିଶା ଲୋକଙ୍କୁ ପଚାରି ବୁଝିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ସେମେଲିଆ ଗାଁ ଜଣେ ବ୍ୟକ୍ତି ଗାଁ ନିକଟରେ ଥିବା ପଥର ଖାଦାନ ପାଖରେ ଥିବା ଏକ ଗଛ ମୂଳରେ ଅଭିଷେକଙ୍କ ସାଇକେଲଟି ଥିବା ସୂଚନା ଦେଇଥିଲେ । ଖବର ପାଇ ଗ୍ରାମବାସୀ ଙ୍କ ସହ ପରିବାର ଲୋକେ ଯାଇ ଦେଖିଲା ବେଳକୁ ପଥର ଖାଦାନ ପାଖରେ ଥିବା ଏକ ନିମ୍ବ ଗଛ ମୂଳରେ ଅଭିଷେକ ଙ୍କ ସାଇକେଲଟି ତାଲା ପକାଇ ରଖା ଯାଇଛି । ଉକ୍ତ ପଥର ଖାଦାନ ର ଚତୁଃପାର୍ଶ୍ବରେ ଖୋଜାଖୋଜି କଲା ପରେ ମଧ୍ୟ ଅଭିଷେକ ଙ୍କ କୌଣସି ଖୋଜ ଖବର ମିଲି ନ ଥିଲା । ଏହା ପରେ ଉକ୍ତ ପଥର ଖାଦାନରେ ଗୋଡ଼ ଖସି ଯାଇଥିବା ସନ୍ଦେହ କରି ଗ୍ରାମବାସୀ ଙ୍କ ସହାୟତା ରେ ଖାଦାନର ପାଣି ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଲ ମିଳିନଥିଲା । ଶନିବାର ଦିନ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ଓ କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର କିଷାନ ଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ମାଧ୍ୟମରେ ବିଭିନ୍ନ ପ୍ରକାର ତଦନ୍ତ କରିବା ପରେ ଲଖନପୁର ଦମକଳ ବାହିନୀ ଆସି ପଥର ଖାଦାନର ପାଣି ଭିତରେ ପଶି ଅକ୍ଲାନ୍ତ ପରିଶ୍ରମ କରି ଖୋଜିଥିଲେ । ତଥାପି ଅଭିଷେକଙ୍କ କୌଣସି ପତ୍ତା ମିଲି ନଥିଲା । ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।