Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରଲର ଡ୍ରାଇଭର ଠାରୁ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଟଙ୍କା ଲୁଟ

ଝାରସୁଗୁଡା ୧/୧୦ (ଓଡ଼ିଶା ନ୍ୟୁଜ) ୪୯ ନମ୍ବର ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଞ୍ଚଗାଁ ଛକ ଅନତି ଦୂରରେ ଥିବା ପଟେଲ ଢ଼ାବା ନିକଟରେ ବ୍ରେକ ଡାଉନ ଥିବା ଏକ ଟ୍ରଲର ଡ୍ରାଇଭରକୁ ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ତାଙ୍କର ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି ।
ଉକ୍ତ ଟ୍ରଲର ଡ୍ରାଇଭର ମହମ୍ମଦ ଲଡୁଙ୍କ କହିବା ଅନୁଯାୟୀ ଏନଏଲ-୦୧-କ୍ୟୁ-୫୧୧୮ ନମ୍ବର ଏକ ଟ୍ରଲର ଯୋଗେ ଝାରସୁଗୁଡା ଭୂଷଣ କମ୍ପାନୀ ଠାରୁ ମାଲ ବୋଝେଇ କରି ଛତିଶଗଡ଼ ରାୟଗଡ଼ ଜିନ୍ଦଲକୁ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ପଞ୍ଚଗାଁ ଛକ ଅନତି ଦୂରରେ ଥିବା ପଟେଲ ଢ଼ାବା ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ସେହି ସ୍ଥାନରେ ଉକ୍ତ ଟ୍ରଲରକୁ ରଖି ଖାଇପିଇ ସାରି ଡ୍ରାଇଭର ଓ ହେଲପର ଦୁହେଁ ଗାଡ଼ି ଭିତରେ ଶୋଇଥିଲେ । କିନ୍ତୁ ରାତି ପ୍ରାୟ ୩ ଟା ସମୟରେ ଏକ ବାଇକ ଯୋଗେ ତିନିଜଣ ଯୁବକ ଆସି ସେମାନଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ ଧମଚମକ ଦେଇଥିଲେ ଏବଂ ତାଙ୍କ ଠାରୁ ମୋବାଇଲ ଓ ୧୫ ହଜାର ଟଙ୍କା ଲୁଟି ଫେରାର ହୋଇ ଯାଇଥିବା ଟ୍ରଲର ଡ୍ରାଇଭର ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ରେଙ୍ଗାଲି ଥାନାକୁ ଜଣାଇବା ପରେ ଘଟଣା ସ୍ଥଳକୁ ପୁଲିସ ଆସି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

More Stories