Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଘମୁଣ୍ଡା ଗଣେଶ ପୂଜା ହୀରକ ଜୟନ୍ତୀ ସମାରୋହ ଉଦଯାପିତ

ଝାରସୁଗୁଡା ୧/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ହୀରକ ଜୟନ୍ତୀ ସମାରୋହ ଶୁକ୍ରବାର ଦିନ ଉଦଯାପିତ ହୋଇ ଯାଇଛି ।
ପ୍ରକାଶ ଥାଉକି ବାଘମୁଣ୍ଡା ଗ୍ରାମର ଗୌନ୍ତିଆ ସ୍ବର୍ଗତ ମଦନ ମୋହନ ପ୍ରଧାନ ୧୯୨୩ ମସିହାରେ ଗଣେଶ ପୂଜାକୁ ଆରମ୍ଭ କରିଥିଲେ । ସେହିଦିନ ଠାରୁ ବାଘମୁଣ୍ଡା ଗ୍ରାମରେ ମହା ସମାରୋହରେ ଗଣେଶ ପୂଜାକୁ ପାଳନ କରି ଆସୁଛନ୍ତି ଏବଂ ଚଳିତ ବର୍ଷ ୧୦୦ ବର୍ଷରେ ପଦାର୍ପଣ କରିଛି । ତେଣୁ ଚଳିତ ମାସ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ବାଘମୁଣ୍ଡା ଗ୍ରାମବାସୀ ଗଣେଶ ପୂଜା ରୋପ୍ୟ ଜୟନ୍ତୀକୁ ସମାରୋହରେ ପାଳନ କରିଛନ୍ତି । ଏହି ଅବସରରେ ମହାରାଜ କଂଶ ଦରବାର, ଅପେରା , ମହିଳା ଦଣ୍ଡନୃତ୍ୟ, ସଞ୍ଚାର, ସଂପ୍ରଦା ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଣେଶ ପୂଜା ରୋପ୍ୟ ଜୟନ୍ତୀ ର ଉଦଯାପନୀ ଉତ୍ସବରେ ଅନୁଷ୍ଠିତ ମହାରାଜ କଂଶଙ୍କ ରାଜ ଦରବାରରେ ରାଜକୀୟ ଅତିଥି ଭାବେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତୀଚନ୍ଦ୍ର ଦୁଆନ, ବରଗଡ଼ ଲଖନପୁର ସରପଞ୍ଚ ସତ୍ୟ ଭୂଷଣ ସାହୁ, ବାଘମୁଣ୍ଡା ସମିତି ସଭ୍ୟା ସରୋଜିନୀ ସାହୁ, ବେଳପାହାଡ଼ ମ୍ୟୁନିସିପାଳଟି ବିଧାୟିକାଙ୍କ ପ୍ରତିନିଧି ଶମ୍ଭୁ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ସମସ୍ତ ନିମନ୍ତ୍ରୀତ ଅତିଥି ମାନଙ୍କୁ କଂଶ ମହାରାଜ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଣେଶ ପୂଜା କମିଟି ର ସଭାପତି ଟଙ୍କଧର ପଧାନ ସଭାପତିତ୍ୱ କରିଥିବା ବେଳେ ବଟ ଖମାରୀ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବାଘମୁଣ୍ଡା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ