ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ରାଜ୍ୟସ୍ତରୀୟ ସିଏମଏ ଇଣ୍ଟରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ରାହୁଲ ସାଗରିଆଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ରାହୁଲ ସାଗରିଆଙ୍କ ପିତାମାତା ଓ ଗୁରୁ ଙ୍କୁ ମଧ୍ୟ ସ୍ୱ।ଗତ କରାଯାଇଥିଲା । ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ମୂଖ୍ୟ ଅତିଥି ,ରୁପାଞ୍ଚଲି ରଣବିଡା ସମ୍ମାନିତ ଅତିଥି,
ବ୍ୟଙ୍ଗକବି ଗଦାଧର ନିଆଲ ପ୍ରମୁଖ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପରିଷଦର ଉପ ମହାସଚିଡ ଶିବଶଙ୍କର ପ୍ରଧାନ ,ଶେଖ୍ ଇନ୍ତିଖାପ୍,ଜିଲ୍ଲା ଆବାହକ ଆଶିଷ ମହାନନ୍ଦ,ପରିଷଦର ସଭ୍ୟ ସୁରେଶ ବାଗ,ବଳରାମ ଭୋଇ, ନନ୍ଦିନୀ କାଣ୍ଡ, ସୁଜାତା ରାଉତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।