Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରୋ ମିର୍ଦ୍ଧାପଡାରେ ପୁନା ଅନ୍ନା ଜୁହାର ଭେଟ

ସମ୍ବଲପୁର:ପଶ୍ଚିମ ଓଡିଶା ଆଦିବାସୀ ମିର୍ଦ୍ଧା କିଶାନ ସମାଜ ଓ ମହାଖଳା ଜୟନ୍ତପୁର ପକ୍ଷରୁ ଆଜି ଡଙ୍ଗରପଡା ପଞ୍ଚାୟତର ହୀରୋ ମିର୍ଦ୍ଧାପଡାରେ ପୁନା ଅନ୍ନା ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନଙ୍କୁ ପାରମ୍ପରିକ ଭାବେ ପୂଜା ବିଧି କରି ଆଦିବାସୀ ଗୀତ ନୃତ୍ୟର ତାଳେ ତାଳେ ଗ୍ରାମ ପରିକ୍ରମା କରି ମଞ୍ଚକୁ ପାଛୋଟି ଅଣାଯାଇଥିଲା। ଏହା ପରେ ମାଁ ସମଲେଶ୍ବରୀଙ୍କ ନିକଟରେ ନାରୀକେଳ ଭାଙ୍ଗି ଏହି ଭେଟଘାଟର ଶୁଭାରମ୍ଭ ହୋଇଥିଲା । ଆୟୋଜିତ ଉତ୍ସବରେ ଓଡିଶା ଶାଖା କିଶାନ ସମାଜର ଉପସଭାପତି ତଥା ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟଅତିଥି,ସମ୍ବଲପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା,କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟଛ ଭୁବନେଶ୍ବର କିଶାନ, ଆଞ୍ଚଳିକ ଗୁଡି ଆମକଟା ସଭାପତି ଆଦିତ୍ୟ କିଶାନ,ସଂପାଦକ ସନୁଞ୍ଜୟ ଡନସେନା, ବାଲେଶ୍ୱର ମିର୍ଦ୍ଧା,ଦେବାନନ୍ଦ ମିର୍ଦ୍ଧା, ଚତୁର୍ଭୁଜ ମିର୍ଦ୍ଧା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରଣ ଅତିଥି ଭାବେ ଅଞ୍ଚଳର ସମାଜସେବୀ ତଥା ସୁବକ୍ତା ଡା.ରାଜାରାମ ଷଡଙ୍ଗୀ ଯୋଗଦାନ କରିଥିଲେ ।ଏଥିରେ ବିତିନ ବିହାରୀ ମିର୍ଦ୍ଧା ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଚାନ୍ଦବିଲ୍ଳି କିସାନ ଯୁବ ସଂଗଠନ ସମ୍ବଲପୁର ଓ ହୀରୋ ସଂଗଠନର ମିଳିତ ଉଦ୍ୟମ କ୍ରମେ କିଶାନ ସମାଜର ପାରମ୍ପାରିକ ନୃତ୍ୟ,ଗୀତ ସହିତ ସମ୍ବଲପୁରି ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭେଟଘାଟ ଅବସରରେ ମହିଳା ମାନଙ୍କ ଦ୍ୱାରା ଝୋଟି ଓ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃୁତିକ କାର୍ଯ୍ୟକ୍ରମକୁ ଲଲିତ ମିର୍ଦ୍ଧା ସଂଯୋଜନା କରିଥିବା ବେଳେ ସମ୍ବଲପୁର ଓ ହୀରୋ ସଂଗଠନର ଆକାଶ ମାଝୀ, ସଞ୍ଜିବ ମିର୍ଦ୍ଧା,ଗୌର ମିର୍ଦ୍ଧା,ଶତୃଘନ ମିର୍ଦ୍ଧା, ସୁନିଲ ମିର୍ଦ୍ଧା,ଜଗଦିଶ ମିର୍ଦ୍ଧା,ପ୍ରମୋଦ ମିର୍ଦ୍ଧା ପ୍ରମୂଖ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ