ବୀରମହାରାଜପୁର ଡାକ୍ତରଖାନା ପରିସରରେ ସ୍ଵଚ୍ଛ ଭାରତ ପକ୍ଷ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବଛତାପକ୍ଷ ଅବସର ରେ ଏକ ସଚେତନତା ଶୋଭାଯାତ୍ରା ଏବଂ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶ ଅକ୍ଟୋବର ୧ ତାରିଖ କୁ ୨ ଘଣ୍ଟା ଶ୍ରମଦାନ ପୂର୍ବକ କାର୍ଯ୍ୟକ୍ରମ କରି ଭାରତ ବର୍ଷକୁ ସ୍ବଛତାର ଦେଶ ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଛି l ଆଜି ଏ ଅବସରରେ ଡାକ୍ତରଖାନା ପରିସର ରେ ସମସ୍ତ କର୍ମଚାରି ଏବଂ ସ୍ବେଛାସେବି ମିଳିତ ଭାବେ ସ୍ବଚ୍ଛ ସୁନ୍ଦର କରିବାକୁ ଡାକ୍ତରଖାନା ପରିସର ରେ ଉପସ୍ଥିତ ରହିଥିଲେ I ଉପଖଣ୍ଡ ଡାକ୍ତରଖାନା ର ଅଧିକ୍ଷକ ଡାକ୍ତର ସପ୍ନେଶ୍ବର ବେହେରା ଙ୍କ ନେତୃତ୍ୱରେ ଶପଥ ପାଠ କରାଯାଇ ଥିଲା । ପ୍ରଥମେ ଅଧିକ୍ଷକ ଙ୍କ ନେତୃତ୍ବରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଡାକ୍ତରଖାନା ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ସ୍ବର୍ଣ୍ଣପ୍ରଭା ଜୁଏଡ ଙ୍କ ତତ୍ବବଧାନରେ ଆୟୁଷ ଡାକ୍ତର ପ୍ରଣବ ମହାପାତ୍ର , ବିପିଏମ ମହେନ୍ଦ୍ର ମିଶ୍ର , ହିସାବ ରକ୍ଷକ ଅବିନାଶ ହୋତା , ପୁରୁଷ ସ୍ବସ୍ଥ୍ୟ ପରିଦର୍ଶକ ଆଲୋକ କୁମାର ସେଠ , ଖେଳାନିଧି ପଧାନ ଙ୍କ ସମେତ ବହୁ ଆଶାକର୍ମି ଯୋଗଦେଇ ଥିଲେ । ସେହିପରି ବ୍ଲକ ପରିସର ରେ ସ୍ବଛଭାରତ ମିଶନ ତରଫରୁ ବିଡିଓ ମୋତିଲା ସୁଲିଆ ଙ୍କ ନେତୃତ୍ବରେ ବ୍ଲକର ସମସ୍ତ କର୍ମଚାରି ଯୋଗଦେଇ ଥିଲେ ।