Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଫଳତା ପାଇଁ ପରିଶ୍ରମ କର ଓ ପ୍ରାଥମିକ ଚିକିତ୍ସା ଜାଣ

ସମ୍ବଲପୁର:ଆଜି ସ୍ଥାନୀୟ ପବ୍ଲିକ ଲାଇବ୍ରେରୀ ରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ର ଷଷ୍ଠବିଂଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ପରେ ଆଜିର ପ୍ରଥମ ଅଧିବେଶନର ପ୍ରଶିକ୍ଷିକ, ଶିକ୍ଷାବିତ୍ ଡ଼. ଗିରିଧାରୀ ହୋତା, ଆମେରିକାର ପ୍ରଖ୍ୟାତ ରାଷ୍ଟ୍ରନେତା ଆବ୍ରାହମ ଲିଂକନଙ୍କ ଜୀବନୀ ଉପରେ ଆଲୋଚନା କରି ପିଲାଙ୍କୁ ଆବ୍ରହାମ କିପରି ପ୍ରତିକୂଳ ପରିସ୍ଥିତିରେ ନିଜକୁ ପ୍ରତିଷ୍ଠିତ କରି ଆମେରିକାକୁ ଏକ ଦାସମୁକ୍ତ ସମାଜ ଓ ସୁସ୍ଥ ଗଣତନ୍ତ୍ର ଦେଇ ପାରିଥିଲେ ସେ ବିଷୟରେ ଆଲୋଚନା କରି ତାଙ୍କ ମହତ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ। ଦ୍ଵିତୀୟ ଅଧିବେଶନକୁ ବିଶିଷ୍ଟ ଭେଷଜ ଡାକ୍ତର ଅଶୋକ କୁମାର ସିଂହ ଆରମ୍ଭ କରି ବିଭିନ୍ନ ଜରୁରୀ ପରିସ୍ଥିତି ଯଥା ଦୁର୍ଘଟଣା, ଅପସ୍ମାର,ସାପକାମୁଡ଼ା,ବୁଡିଯିବା, ପଡିଯିବା ଇତ୍ୟାଦି ଘଟଣାରେ କି ପ୍ରକାର ପ୍ରାଥମିକ ଚିକିତ୍ସା କରାଯିବ ସେ ଉପରେ ପିଲାଙ୍କ ସହାୟତା କ୍ରମେ ବିଭିନ୍ନ କୌଶଳ ସବୁ ବୁଝେଇ ଏହି ସବୁ ବିଷୟ ପ୍ରତ୍ୟେକେ ଜାଣିବା ଉଚିତ ବୋଲି କହିଥିଲେ।ରକ୍ତଚାପ ମଧୂମେୟ ରୋଗ ର ରାଜଧାନୀ ଭାରତ ବୋଲି ଅବିହିତ କରି ଅନେକ ଲୋକ ଏସବୁ କୁ ଅବହେଳା କରି ହୃଦ ରୋଗ ରେ ମରୁଥିବା କହି ଏ ଦିଗରେ ପିଲାମାନେ ସତର୍କହୋଇ ନିଜ ଘରେ ବାପା ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।।ଆଜିର ସମଗ୍ର କାର୍ଯ୍ୟକ୍ରମ କୁ ପାଠାଗାର ର
ସଂଚାଳକ ରାଜେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ। କାର୍ଯକ୍ରମ ରେ ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରୋ. ଶଙ୍କର ପ୍ରସାଦ ପତି, ପ୍ରୋ ମୂରଲୀଧର ପ୍ରେମନଥ ନାୟକ, ପ୍ରୋ ରବିନାରାୟଣ ମିଶ୍ର ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଡ଼. ଜୟଦେବ ମେହେର ,ଉଦିତ ଚନ୍ଦ୍ର ପାଟଯୋଶି,ଜିତେନ୍ଦ୍ରିୟ ପ୍ରଧାନ,ସଚିନ୍ଦ୍ର କୁମାର ମିଶ୍ର,.ଇ.ଶିବନନ୍ଦନ ପଣ୍ଡା,ଅଶୋକ କୁମାର ହୋତା,ଶିବ ଶଙ୍କର ଷଡ଼ଙ୍ଗୀ ଓ ଗୋଳକ ବିହାରୀ ମିଶ୍ର ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସାହଯ୍ୟ ପ୍ରଦାନ କରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୦ ଟି ହାଇସ୍କୁଲ ରୁ ୨୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ