ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଵୀରାମହରାଜପୁର ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁର୍ଷୁଣ୍ଢୀ ଜନ ସେବା କେନ୍ଦ୍ର ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଅକୃର ନାଏକ ଙ୍କ ତତ୍ୱାବଧାନ ରେ ହୋଇଥିଲା । କାର୍ଯ୍ୟକ୍ରମ ରେ ମୁର୍ଷୁଣ୍ଢୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଶିବାନନ୍ଦ ଚାଉଲିଆ , ଡାକ୍ତର ନିରୁପମା ମହାପାତ୍ର , ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ ଓ ସରୋଜ କୁମାର ସାହୁ , ସିଏସସି ଇ -ଗଭରର୍ଣ୍ଣାନ୍ସ ସୁବର୍ଣ୍ଣପୁର ର ଜିଲ୍ଲା ସଂଯୋଜକ ରଜନୀ ରଞ୍ଜନ ସାହୁ , ବିଭିନ୍ନ ଜନସେବା କେନ୍ଦ୍ର ର ଅଧିକାରୀ ଏବଂ ସ୍ବେଛାସେବୀ ମାନେ ଅଂଶ ଗ୍ରହଣ କରି ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ କରି ସମଗ୍ର ଦେଶକୁ ସ୍ୱଚ୍ଛତା ର ଦେଶ ଭାବେ ଗଢି ତୋଳିବାକୁ ସଚେତନତା ସହ ଶପଥ ପାଠ କରିଥିଲେ । ଏକ ସାର୍ବଜନୀନ ସାମୁହିକ ସଫେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ସରକାରୀ ଡାକ୍ତରଖାନା ପରିସରରେ କରାଯାଇଥିଲା l ସେହିପରି ବାଗବର ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିପିଏଲଏଫ ସଭାନେତ୍ରୀ ସସ୍ମିତା ଦାସ, ଏମ ବି କେ ସସ୍ମିତା ମିଶ୍ର ଏବଂ ସମସ୍ତ ସିଆରପି , ଇସି ସଭ୍ୟା ଯୋଗଦେଇ ସଫେଇ କରିଥିଲେ। ଅମରପାଲି ସରକାରୀ ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଯୋଗଦେଇ ସଫେଇ କରି ଥିଲେ I