Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିତିଲି ବାତ୍ୟାରେ ଗୁମ୍ମା ବ୍ଲକ ବଡ଼ କୋଳାକୋଟ ଗ୍ରାମ ପଞ୍ଚାୟତର କୁଲଙ୍ଗ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ଯୋଗାଇ ଦେବାକୁ ଦାବୀ

ପାରଳାଖେମୁଣ୍ଡି:୨/୧୦(ଆନିସ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକୋଟ ଗ୍ରାମ ପଞ୍ଚାୟତ ର କୁଲଙ୍ଗ ଗ୍ରାମରେ ଗତବର୍ଷ ଅକ୍ଟୋବର ମାସ ୨୬ /୨୦୨୨ ମସିହା ରେ ତିତିଲି ଲଗାଣ ବର୍ଷା ଦ୍ଵାରା ପାହାଡ଼ ଦସି ଅନେକ ପରିବାରର ଘର ଏପରିକି ଅନେକ ଜିନିଷ ପତ୍ର ନଷ୍ଟ ହେବା ସହିତ ଗାଇ, ଗୋରୁ, କୁକୁଡ଼ା, ଛେଳି ଇତ୍ୟାଦି ପଶୁ ଗୁଡିକ ନଷ୍ଟହୋଇଯାଇଥିଲା । ତିତିଲି ଲଗାଣ ବର୍ଷା ଦ୍ଵାରା ପାହାଡ଼ ଦସି ଅନେକ ପରିବାର ନଷ୍ଟହୋଇଥିବା ଖବରକାଗଜ ପ୍ରସାରଣ ହେବା ପରେ ଗଜପତି ଜିଲ୍ଲା ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ପୋଲିସ ପ୍ରଶାସନ ଅଧିକାରୀ ସେହି ସ୍ଥାନକୁ ଯାଇ ତିତିଲି ଲଗାଣ ବର୍ଷା ଦ୍ଵାରା ପାହାଡ଼ ଦସି ନଷ୍ଟହୋଇଥିବା ପରିବାର ବର୍ଗଙ୍କୁ ତୁରନ୍ତ ସେମାନଙ୍କ ନିମନ୍ତେ ଆବଶ୍ୟକ ଗୃହ ନିର୍ମାଣ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ତୁରନ୍ତ ସେମାନଙ୍କ ନିମନ୍ତେ ଏକ ସରକାରୀ ଜମିରେ ଘର ପଟା ପ୍ରଦାନ କରି ସେହି ସ୍ଥାନରେ ଗୃହ ନିର୍ମାଣ କରିବା ପାଇଁ ସେମାନଙ୍କୁ ଏକ କାର୍ଯ୍ୟାଦେଶପତ୍ର କରିବା ପାଇଁ ଓଡ଼ିଶା ରାଜ୍ୟ ସରକାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ସରକାରୀବାବୁ ମାନଙ୍କ ଅବହେଳା ଯୋଗୁଁ କାର୍ଯ୍ୟାଦେଶପତ୍ର ପ୍ରଦାନ କରି ୨୫ ଗୋଟି ପରିବାର ମୂଖ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ପାସ ବୁକ୍ ରେ ୨୦୦୦୦ ହଜାର ଟଙ୍କା ପଠାଇ ବ୍ୟାଙ୍କ ପାସ ବୁକ୍ ଗୋଡ଼ିକ ହୋଲ୍ଡ଼ କରି ରଖିଥିବା ଦେଖିବାକୁ ମିଳିଛି । ଏହି ବିଷୟକୁ ନେଇ ଗ୍ରାମ ବାସିମାନେ ଅନେକ ଥର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିବା ଅନୁଯାୟୀ କୁଲଙ୍ଗ ଗ୍ରାମବାସୀମାନେ ଏକ ଦରଖାସ୍ତ ପ୍ରଦାନ କରିବା ପାଇଁ କହିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଆଦେଶ କ୍ରମେ ଗ୍ରାମବାସୀମାନେ ଏକ ଦରଖାସ୍ତ ପ୍ରଦାନ କରିଥିଲେ କିନ୍ତୁ ଦରଖାସ୍ତ ପାଇବା ପରେ ଗ୍ରାମ ସେବକ ସେହି ଗ୍ରାମକୁ ଯାଇ ତିତିଲି ଲଗାଣ ବର୍ଷା ଦ୍ଵାରା ପାହାଡ଼ ଧସି ନଷ୍ଟ ହୋଇଥିବା ପରିବାର ବର୍ଗଙ୍କ ଠାରୁ କିଛି ନକଲ ସଂଗ୍ରହ କରି ଆଣିଛନ୍ତି । ହେଲେ ମଧ୍ୟ ବର୍ତ୍ତମାନ ସୁଧା ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଟଙ୍କା ଯୋଗାଇ ଦିଆ ଯାଇନି ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଗୃହ ନିର୍ମାଣ ପାଇଁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାବାସୀମାନେ ଦାବି କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ