ହୀରାକୁଦ:ବ୍ଲଡ ଡୋନର୍ସ ଗ୍ରୁପର ରକ୍ତଦାନ ଶିବିର,୧୪୩ ୟୁନିଟ ସଂଗ୍ରହ

ସମ୍ବଲପୁର(ହୀରାକୁଦ):ଆମର ପରମ ପୂଜ୍ୟ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ଆଜି ହୀରାକୁଦ ସ୍ଥିତ ଦୁର୍ଗମନ୍ଦିର ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଏକ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ହି ରକ୍ତଦାନ ଶିବିରରେ ସର୍ବମୋଟ ୧୪୩ ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ଓ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭାପତି କରୁଣାକର ବିଶାଳ, ଜଗଦୀଶ ମିଶ୍ର , ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର କର୍ମକର୍ତା ହରେକୃଷ୍ଣ ବେହେରା କେ.ସାଇପ୍ରସଦ ରାଓ,ଯୋସେଫ ପ୍ରଧାନ,ମନୋଜ ପ୍ରଧାନ ସତ୍ୟପ୍ରିୟ ପାଣ୍ଡେ , ଶିବ ଗୋବିନ୍ଦ , ପଞ୍ଚମ ପ୍ରଧାନ,ବିଜୟ କର, ବିଜୟ ପଣ୍ଡା , ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର ତ୍ତ୍ରିବେଣୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଆଜିର ଏହି ରକ୍ତଦାନ ଶିବିର ପାଇଁ ଜନସାଧାରଣଙ୍କ ଭିତରେ ବେଶ ଉତ୍ସାହ ପ୍ରକାଶ ପାଇବା ସହିତ ହୀରାକୁଦ ରକ୍ତଦାନ କ୍ଷେତ୍ରରେ ଆଗାମୀ ଦିନରେ ଏକ ବିଶାଳ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା।