Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ୍ୟପାନ ନିଷେଧ ଦିବସରେ ନିଶାମୁକ୍ତି ଅଭିଯାନ

ସମ୍ବଲପୁର: ଆଜି ଅକ୍ଟୋବର ଦୁଇ ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଜୁଯୋମୁରା ବ୍ଲକ ଘେନୁପାଲି ପଞ୍ଚାୟତର ସନାତନପାଲି ଠାରେ ସବୁଜ ସନାତନପାଲି କୃଷକ ଉତ୍ପାଦକ କମ୍ପାନୀ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ମଦ୍ୟପାନ ନିଷେଦ ଦିନସ ଅବସରରେ ଏକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗାଁରେ ଘରକୁ ଘର ଯାଇ ନିଶାମୁକ୍ତ ବିଷୟରେ ବୁଝାଇ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା l ତାଙ୍କ ଜୀବଦ୍ଦସାରେ ଗାନ୍ଧିଜୀ ନିଶାମୁକ୍ତ ଭାରତ ଚାହୁଁଥିଲେ l ତାକୁ ଆଧାର କରି ଗାଁରେ ରେଲି ଓ ପ୍ରତି ଘରକୁ ଯାଇ ନିଶା ମୁକ୍ତ କରିବାକୁ ସଚେତନ କରାଯାଇଥିଲା l ମାଦକ ଦ୍ରବ୍ୟ ଯେପରି ମନୁଷ୍ୟ ଶରୀରକୁ କ୍ଷତି ଗ୍ରସ୍ତ କରୁଛି ସେହିପରି ରାସାୟନିକ ସାର ଓ କୀଟନାସକ ମଧ୍ୟ ଆମ ପନିପରିବା ଆଦିକୁ ବିଷାକ୍ତ କରି ତୋଳୁଥିବାରୁ କୀଟନାସକ ଓ ରାସାୟନିକ ସାରର ବ୍ୟବହାର କୁ ନିୟନ୍ତ୍ରଣ କରି ଜୈବିକ ଖତ ଆଦି ବ୍ୟବହାର କରି ସତେଜ ଓ ପୁଷ୍ଟିକର ପରିବା ଆଦି ଉତ୍ପାଦନ କରିବାକୁ କୃଷକ ସମାଜ ଦୃଢପରୀକର ହେବାକୁ ନିଷ୍ପତ୍ତି ନିଆଯାଇଥିଲା l ଗାଁରେ ସମସ୍ତେ ମାଦକ ଦ୍ରବ୍ୟ ସହିତ ରାସାୟନିକ କୀଟନାସକ ଆଦି ବ୍ୟବହାର ନକରିବାକୁ ସଚେତନ କରାଯାଇଥିଲା l ମେନେଜିଙ୍ଗ ଡାଇରେକ୍ଟର ମନବୋଧ ବାରିକ, ନିର୍ଦେଶକ ସର୍ବୋଜିନି ପ୍ରଧାନ, କୁମାରୀ ପ୍ରଧାନ ଙ୍କ ନେତ୍ରତ୍ୱରେ ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ