Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କ ନେତୃତ୍ବରେ ଗୋପାଳପୁର ବିଜେଡିର ପଦଯାତ୍ରା ଆରମ୍ଭ।

ଗୋପାଳପୁର,୦୨/୦୧୦ ଆଜି ସାରା ରାଜ୍ୟରେ ବିଜେଡି ର‌ ଡାକରା କ୍ରମେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କ ନେତୃତ୍ବରେ ପଦଯାତ୍ରା ର ଶୁଭାରମ୍ଭ କରାଯାଇଥିଲା। ରଣ୍ଢା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମା ସ୍ଥିତ ଶ୍ରୀ ସିଦ୍ଧବିନାୟକ ପୀଠରେ ପୂଜାର୍ଚନା କରି ପ୍ରାୟ ଶତାଧିକ ବିଜେଡି କର୍ମୀ ଓ ଜନସାଧାରଣଙ୍କ ଗହଣରେ ଜନସମ୍ପର୍କ ପଦଯାତ୍ରା ର ଆରମ୍ଭ କରାଯାଇଥିଲା। ପଦଯାତ୍ରା ପଞ୍ଚମା ଓ ରଣ୍ଢା ଗ୍ରାମ‌ ପରିକ୍ରମା କରିବା ପରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଏକ ସଭାର ଆୟୋଜନ ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ ଗୋପବନ୍ଧୁ ଦାସ , ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ ଡେପୁଟିମେୟର ଇ.ବିବେକ ରେଡି, ବ୍ଲକ ଅଧକ୍ଷା ସିଏଚ.ଉଷାରାଣୀ,ଗୋପାଳ ପୁର ଏନଏସି ଅଧକ୍ଷ ଜାନକୀ ରାମ, କରାପଲ୍ଲୀ ସରପଞ୍ଚ ତଥା ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଏସ ମେନେକା ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଯୋଜନା ସମ୍ପର୍କରେ ବୁଝେଇବା ସହ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚେଇବା ପାଇଁ କର୍ମକର୍ତ୍ତାଙ୍କୁ ଅତିଥି ମାନେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ.ଭରତ ପାତ୍ର, ନାରୀ ନେତ୍ରୀ ପି.କମଳା ରେଡ୍ଡୀ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରତାପଚନ୍ଦ୍ର କୋଠୀଆ,ବ୍ଲକ ଉପାଧ୍ୟକ୍ଷା ଅନିତା ମାହାଙ୍କୁଡ଼, ଯୋତ୍ସ୍ନା ନାୟକ, ବରିଷ୍ଠ ନେତା ଭୀମସେନ ଦଳେଇ, ଉମା ନାୟକ,ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶଶୀଭୁଷଣ ମହାନ୍ତି,ଯୁବନେତା ବିନୋଦ ମହାଙ୍କୁଡ, ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ,ବରିଷ୍ଠ ବିଜେଡି ନେତା ଡିଲେଶ୍ୱର ରେଡ୍ଡୀ,ରାମହରୀ ପାତ୍ର, ସମିତି ସଭ୍ୟା ବିଷ୍ଣୁ ପ୍ରିୟା ନାୟକ, କେ. ପ୍ରବୀଣ କୁମାର, ପ୍ରକାଶ ଚନ୍ଦ୍ର ସେଠୀ, ଜିତେନ୍ଦ୍ର ରାଉଳ, ସିଏଚ. ନରେଶ, ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories