ଅଇଁଠାପାଲି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଶା ଓ ସ୍ୱାସ୍ଥ୍ୟକର୍ମୀ ଙ୍କ ରକ୍ତଦାନ ଶିବିର

ଗାନ୍ଧୀ ଜୟନ୍ତୀ ଓ ଆୟୁଷ୍ମାନ ଭବ ଅଭିଯାନ ଅବସରରେ ଆଜି ସ୍ବେଛାସେବୀ ଅନୁଷ୍ଠାନ ସେବା ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ଅନୁକୂଲ୍ୟ ରେ ଅଇଁଠାପାଲି ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସାମ୍ପ୍ରତିକ ସମୟରେ ବିଭିର୍ନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖାଯାଉଥିବା ବେଳେ ଅଇଁଠାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଏ ଦିଗ ରେ ଏକ ଭିର୍ଣ୍ଣ ଉଦାହରଣ ସୃଷ୍ଟି କରିଛି l ସମସ୍ତ ଆଶା ଦିଦି , ମହିଳା ଆରୋଗ୍ୟ ସମିତିର ସଦସ୍ୟା ,ସ୍ୱାସ୍ଥ୍ୟ କର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ଏକଜୁଟ ହୋଇ ଆଜି ଅଇଁଠାପାଲି ଠାରେ ରକ୍ତ ପ୍ରଦାନକାରୀ ଥିଲେ l ଏହି ଶିବିର ରେ ଅତିରିକ୍ତ ସହରାଂଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାନ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ପ୍ରକାଶ ଚନ୍ଦ୍ର ପରିଡା ସମସ୍ତ ରକ୍ତ ଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ l ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଡା.ପରିଡା ପ୍ରକାଶ କରିଥିଲେ l ଡା.ସନ୍ତୋଷ ସାହୁ ଓ ଦିଲୀପ କୁମାର ନନ୍ଦ ଏହି ରକ୍ତଦାନ ଶିବିର କୁ ପରିଚାଳନା କରିଥିବା ବେଳେ ସିରେନ୍ଦ୍ରୀ ବାର୍ଲ୍ଲା ,ବସନ୍ତ ମେହେର ,ରାଜେଶ ଷଣ୍ଢ, ଅନିତା ଷଣ୍ଢ ,ସ୍ଵାତିମା କୁଜୁର ,ପ୍ରଣତି ପୃସେଟ ,ବିଜୟ ବନଛୋର ସହଯୋଗ କରିଥିଲେ l ଆସନ୍ତା ଦିନମାନଙ୍କରେ ଏପରି କାର୍ଯ୍ୟ ଜାରି ରହିବ ବୋଲି ଡା. ସାହୁ ପ୍ରକାଶ କରିଥିଲେ l