ମେଟାକାନୀ ରେ ଜିଲ୍ଲା ସ୍ତରୀୟ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ସଂଘ ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଟାକାନି ସ୍ଥିତ ଅତିଥି ଭବନ ଠାରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ସମସ୍ତ ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉତ୍ତର କୁମାର ମେଣ୍ଡିଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରରେ ଏକ ସଙ୍ଘ ଗଠନ କରିବାକୁ ଆଲୋଚନା କରାଯାଇଥିଲା l ସର୍ବ ସମ୍ମତି କ୍ରମେ ରାଜାରାମ ସାହୁ ସଭାପତି , ଅକୃର ନାଏକ ଉପ ସଭାପତି , ପୀତବାସ ମହାକୁର ସମ୍ପାଦକ , ଯଜ୍ଞଦତ୍ତ ମହାକୁର ସହ ସମ୍ପାଦକ , ସତ୍ୟନାରାୟଣ ବିଶି ଉପଦେଷ୍ଟା ଏବଂ ସୁନୀଲ ଗର୍ତିଆ ସଭ୍ୟ ଭାବେ ଚୟନ କରି ଆଗାମୀ ଦିନରେ ସଙ୍ଘ ର ବିଭିନ୍ନ ସମସ୍ୟା ଗୁଡିକ ସମାଧାନ ସକାଶେ ଅନେକ ବିକାଶ ପାଇଁ କାର୍ଯ୍ୟ କରିବାକୁ ସ୍ଥିର କରାଗଲା l ଶେଷରେ ବିନିକା ବ୍ଲକ ର ଶୋଭାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l