Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଅନୁକୂଳ ଗ୍ରାମସଭା ଅନୁଷ୍ଠିତ।

ଗୋପାଳପୁର,୦୨/୧୦ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଶିଶୁ ଅନୁକୂଳ ଗ୍ରାମସଭା ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି କ୍ରମରେ ବଡ଼ କୁଶସ୍ଥଳୀ,ମାର୍କଣ୍ଡି,ଲଉଡିଗାଁ, ଶାସନପଦର ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପଞ୍ଚାୟତ ର ଶିଶୁ ମାନେ ଭାଗ ନେଇ ନିଜ ନିଜର ସମସ୍ୟା କୁ ଯୋଜନା ମାଧ୍ୟମରେ ଗ୍ରାମସଭା ରେ ଉପସ୍ଥାପନା କରିଥିଲେ।ବାଲ୍ୟ ବିବାହ,ଶିଶୁ ଶ୍ରମିକ,ଅଧାରୁ ପାଠ ଛାଡୁଥିବା ଶିଶୁ, ଶିଶୁ ଙ୍କ ସୁରକ୍ଷା, ସ୍ଥାନୀୟ ଯୋଜନା ପ୍ରସ୍ତୁତ ରେ ଶିଶୁ ଙ୍କ ସହଭାଗିତା, ଶିଶୁଙ୍କ ଯତ୍ନ, ପୁଅ ଝିଅ ମଧ୍ୟରେ ଭେଦଭାବ ସମସ୍ୟା, ଶିଶୁ ମାନଙ୍କୁ ସୁହାଇଲା ଭଳି ଭିତ୍ତିଭୂମି ର ବିକାଶ, ବାହ୍ୟ ମଳମୁକ୍ତ ଗ୍ରାମ ପଞ୍ଚାୟତ ଗଠନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ରେ ଶିଶୁ ଙ୍କ ସହଭାଗିତା ବିଷୟରେ ଆଲୋଚନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ର ସରପଞ୍ଚ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ର ପ୍ରକଳ୍ପ ସଂଯୋଜକ ନରେନ୍ଦ୍ର କୁମାର ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ବିଳ୍ପବ କୁମାର ବେହେରା,ସୁଦିପ କୁମାର ଚକ୍ରବର୍ତ୍ତୀ, ଗୀତାଞ୍ଜଳି ପାଣିଗ୍ରାହୀ,ମାମାଲି ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories