Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଅକ୍ଟୋବର ୮ରେ ପଞ୍ଚାୟତିରାଜ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ

ବ୍ରହ୍ମପୁର, : ଅକ୍ଟୋବର ୮ ତାରିଖରେ ପଞ୍ଚାୟତିରାଜ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀସ୍ଥିତ ଗ୍ରେଟେର ନୋଇଡ଼ା ଠାରେ ଅନୁଷ୍ଠିତ ହେବ ବୋଲି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୟାରାମ ରାୟ ସୂଚନା ଦେଇଛନ୍ତି । ଏହି ଅଧିବେଶନରେ ମୁଖ୍ୟତଃ ସରପଞ୍ଚମାନଙ୍କ ବିଭିନ୍ନ ସମସ୍ୟା, ଅଫିସରମାନଙ୍କ ଦ୍ଵାରା ସରପଞ୍ଚମାନଙ୍କ କ୍ଷମତା ସଂକୁଚିତ କରାଯାଉଥିବା, ଗ୍ରାମ ସ୍ଵରାଜ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା, ଓଡ଼ିଶାରେ ଚାଲିଥିବା ସରପଞ୍ଚମାନଙ୍କ ଆନ୍ଦୋଳନ ସଫଳ ପାଇଁ କେନ୍ଦ୍ରୀୟ ସ୍ତରରେ ପଦକ୍ଷେପ ନେବା।ବିଶେଷକରି ଶିକ୍ଷା, ସ୍ଵାସ୍ଥ୍ୟ, ବଣ୍ଟନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟର ସଫଳତା ପାଇଁ ସରପଞ୍ଚମାନଙ୍କୁ ଅଗ୍ରାଧିକାର ଦିଆଯିବା, ବିଭିନ୍ନ ଭତ୍ତା ପ୍ରଦାନ କ୍ଷେତ୍ରରେ ସରପଞ୍ଚମାନଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେବା ଇତ୍ୟାଦି ଉପରେ ଆଲୋଚନା କରାଯିବା ସହ କେନ୍ଦ୍ରୀୟ ସଂଗଠନକୁ କ୍ରୀୟାଶୀଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଏହି ଅଧିବେଶନରେ ଯୋଗଦେବା ପାଇଁ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସଭାପତି ରବି ରଥଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ