Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ତିନି ଜଣ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଗଂଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ , ଜିଲ୍ଲାର କୌଣସି ନା କୌଣସି ସ୍ଥାନରେ ନିତି ଦିନ ଠାବ ହେଉଛି ଚୋରା ଗଂଜେଇ । ତେବେ କେତେବେଳେ ଜିଲ୍ଲା ମୁଖ୍ୟାଳୟ ତ ଆଉ କେତେବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ଧରା ହେଉଛି ଚୋରା ଗଞ୍ଜେଇ l ଠିକ୍ ସେହିପରି ଜିଲ୍ଲାର ସୁବଳୟା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସୁବଳୟା – ରେଢ଼ାଖୋଲ ରାସ୍ତାର କଦଳିଗଡ ନିକଟସ୍ଥ ଆମ୍ବଝରି ଛକରୁ ୫ କିଲୋ ଗଂଜେଇ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ତେବେ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ସମ୍ଭୁ ସାହୁ , ନଟବର ମନହରୀ ଓ ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମର ଅମରେଶ ଖଟୁଆ ବୋଲି ଜଣା ପଡିଛି l ତେବେ ଏକଜିକ୍ୟୁଟିଭ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ଜବତ୍ ଗଞ୍ଜେଇକୁ ଓଜନ୍ କରିବାରୁ ୫.୯୦୦ ଗ୍ରାମ ବୋଲି ଜଣା ପଡିଛି l ତେବେ ଅଭିଯୁକ୍ତ ମାନେ ନାଲିରଙ୍ଗର ପେସନ୍ ପ୍ରୋ ଓଡି ୩୧-୯୮୪୦ ଏବଂ ଏଚ୍ ଏଫ୍ ଡିଲକ୍ସ ଓଡ଼ି ୨୭-୧୬୨୨ ବାଇକ୍ ଦ୍ଵାରା ଗଞ୍ଜେଇ ଚାଲାଣ କରୁଥିଲେ I ପୋଲିସ ଥାନା ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରି ଥିବା ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ଙ୍କ ଠାରୁ ପ୍ରକାଶ I