Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ଜଣେ ମୃତ

ସମ୍ବଲପୁର:ସମ୍ବଲପୁର୍ ଜିଲ୍ଲା ମାନେଶ୍ଵର ବ୍ଲକ ବାଉଁଶରା ଗ୍ରାମ ରେ ଘଟିଛି ଏକ ଅଭାବ ନୀୟ ଘଟଣା ।ଚାରି ପାଞ୍ଚ ଦିନ ହେଲା ଲଗାତର ବର୍ଷା ଯୋଗୁ ବାଉଁଶରା ଗ୍ରାମ ବବୃବାହନ ବାଗ୍ ବୟସ ୪୨ ତାଙ୍କ ସ୍ତ୍ରୀ ଓ ୮ ଓ ୫ ବର୍ଷ ହୋଇଥିବା ଦୁଇ ଝିଅ ଘରେ ଶୋଇଥିବା ସମୟରେ ରାତ୍ରୀ ୧୨ ଟା ରେ ଘର କାନ୍ଥ ଭୁଶୁଡି ଯିବା ରୁ ଚାରୀ ଜଣ ଯାକ କାନ୍ଥ ତଳେ ଚାପି ହୋଇ ଯାଇଥିଲେ | କାନ୍ଥ ଭୁଶୁଡିବାର ଭୟାନକ ଶବ୍ଦ ଶୁଣି ଗ୍ରାମ ଲୋକେ ଚାପି ହୋଇଥିବା ଚାରି ଜଣକୁ ଉଦ୍ଧାର କରିଥିଲେ। ଅତି ଗୁରୁତର ଥିବା ବବୃବାହନ ବାଗ କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନେବାପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥଲେ | ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଲିଯାଇ ଥିବାବେଳେ ମୃତ ଓ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।