ମାଟୁପାଲି ରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ରାଧା ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି I ପ୍ରକଳ୍ପ ସଂଯୋଜକ ବିନୋଦ କୁମାର ବେହେରା ଜାତୀୟ ପିତା ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ l ସ୍ବେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅହିଂସାର ଶପଥ ପାଠ କରାଇଥିଲେ ଗୌରବ ଦିଗଲ I ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ରୁପାଞ୍ଜଳି ସେଠି I