ଉଲୁଣ୍ଡା ନୂତନ ବସ ଷ୍ଟାଣ୍ଡ ରୁ ଗାନ୍ଧି ଜୟନ୍ତୀରେ ଗଡିଲା ବସ

ବୀରମହାରାଜପୁର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଅଗଷ୍ଟ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଉଲୁଣ୍ଡା ଆମ ବସ ଷ୍ଟାଣ୍ଡ ଉଦଘାଟିତ ହୋଇଥିଲା | ଏଇ ଦୁଇ ବସ ଷ୍ଟାଣ୍ଡ ରୁ ଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତ ସରକାରୀ ଓ ବେସରକାରୀ ବସ ଚଳାଚଳ ଆରମ୍ଭ କରିଛି l ସୋମବାର ଦିନ ତମାମ ପୋଲିସ ବିଭାଗ , ଓଡିଶା ପରିବହନ ବିଭାଗର ଜିଲ୍ଲା ପରିଚାଳକ ଓ ସହକାରୀ ପରିଚାଳକ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ସମସ୍ତ ବସ ଯେପରି ଷ୍ଟାଣ୍ଡ ଭିତରେ ପ୍ରବେଶ ଓ ପ୍ରସ୍ଥାନ କରିବ ଏବଂ ସାଧାରଣ ଯାତ୍ରୀ ଆରାମରେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଓ ମୋଟର ଯାନ ନିରୀକ୍ଷକ ବିଶ୍ୱ ରଞ୍ଜନ ସାହୁ ଦିନ ତମାମ ସେଠାରେ ଉପସ୍ଥିତ ରହି ଉଭୟ ବସ ଷ୍ଟାଣ୍ଡ ର ଯାତ୍ରୀ ମାନଙ୍କର ଭଲମନ୍ଦ ବୁଝିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଉଲୁଣ୍ଡା ତରଫରୁ ପ୍ରତ୍ୟେକ ବସ ଷ୍ଟାଣ୍ଡ ପାଇଁ ୬ ଜଣ ଲେଖାଏଁ ସିକ୍ଯୁରୁଟି ଗାର୍ଡ ୨ ଜଣ ଲେଖାଏଁ ସଫେଇ କର୍ମଚାରୀ ଯୋଗାଇ ଦିଆଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ଦିର୍ଘଦିନରୁ ବନ୍ଦ ହୋଇ ରହିଥିବା ବସ ଷ୍ଟାଣ୍ଡ ଚାଲୁ ହେବା ଫଳରେ ସାଧାରଣ ଜନତାଙ୍କ ମନରେ ସନ୍ତୋଷ ପ୍ରକାଶ ପାଇଛି ।