Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ ଆନ୍ଦୋଳନରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସମର୍ଥନ, ସରକାରଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ଵର: ସରପଞ୍ଚମାନଙ୍କ ୧୫ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ୱାର ଆଲୋଚନା କରିବା ପରେ ଏହାର ସମାଧାନ ଦିଗରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗତ ସେପ୍ଟେମ୍ୱର ତାରିଖ ଠାରୁ ପିଏମଜି ଛକ ଠାରେ ସରପଞ୍ଚମାନଙ୍କ ଚାଲିଥିବା ଧାରଣା ୧୩ ଦିନରେ ପହଞ୍ଚିଛି । ଆଜି ଧାରଣାସ୍ଥଳକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ପହଞ୍ଚି ସରପଞ୍ଚମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଉଭୟେ ଘୋଷଣା କରିଥିଲେ । ଗତକାଲି ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚିବ ସୁଶୀଲ କୁମାର ଲୋହାନି, ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ ଓ ପଦାଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ରୋମାଞ୍ଚ ସାହୁ, କର୍ମକର୍ତ୍ତା ସୁଦର୍ଶନ କହଁର, ବିଜୟ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ତପନ କୁମାର ଚକ୍ରବର୍ତ୍ତି, ରାଜ୍ୟ ସମ୍ପାଦକ କ୍ଷୀରୋଦ କୁମାର ପ୍ରଧାନ ଓ ଅନ୍ୟମାନେ ଆଲୋଚନା କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଆଶାଜନକ ପ୍ରତିଶ୍ରୁତି ନ ମିଳିବା ଫଳରେ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଚାଲୁ ରଖିବେ ବୋଲି କହିଥିଲେ ।
ନବୀନ ପଟ୍ଟନାୟକ ମଧ୍ୟ କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ବର୍ତମାନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ 50ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଠୀର ବ୍ୟବସ୍ଥା,ସରପଞ୍ଚ୍ ,ୱାଡମେମ୍ବର ପିଅନ ଓ ରାତ୍ର ଜଗୁଆଳିଙ୍କ ଦରମା ବ୍ୟବସ୍ଥା କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠି କୁ ୧୦ ଲକ୍ଷ ଟଙ୍କା ଓ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।
ଶ୍ରୀ ରଥ କହିଛନ୍ତି ଗଣତନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚମାନେ ହେଉଛନ୍ତି ମୂଳ ପିଢ଼ି । ଏମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଅଙ୍କୁଶ ଥିବାରୁ ସରପଞ୍ଚମାନଙ୍କ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ପଞ୍ଚାୟତିରାଜକୁ କ୍ଷମତା ପ୍ରଦାନ ପାଇଁ ଯେଉଁ ସାମ୍ୱିଧାନିକ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ସରପଞ୍ଚଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି । ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ସେ ଦାବି କରିଛନ୍ତି । ଆସନ୍ତା 8 ତାରିଖରେ ଦିଲ୍ଲୀ ନୋଇଡ଼ା ଠାରେ ସର୍ବଭାରତୀୟ ସରପଞ୍ଚ ସମ୍ମିଳନୀରେ ଓଡ଼ିଶା ସରପଞ୍ଚଙ୍କ ଦାବି ଉପସ୍ଥାପିତ କରାଯିବ ବୋଲି ଶ୍ରୀ ରଥ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ