Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାଇବର ସୁରକ୍ଷା ଅଭିଯାନ:ଶିକ୍ଷାର୍ଥୀ ବୁଝିଲେ,ହଟିବ ସାଇବର ଅପରାଧ

ସମ୍ବଲପୁର: ଆଜି ଦିନରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏହାର ମୂଳୋତ୍ପାଟନ ପାଇଁ ତୃଣମୂଳ ସ୍ତରରୁ ସଚେତନତା ଆଣିବାକୁ ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ। ଏହିକ୍ରମରେ ଆଜି ସଦର ଥାନା ପକ୍ଷରୁ ପଧାନପାଲି ହାଇସ୍କୁଲ ଠାରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରି ସନ୍ଧ୍ୟାରାଣୀ ବେରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସଦର ଭାରପ୍ରାପ୍ତ ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ଯୋଗଦେଇ ଶିକ୍ଷାର୍ଥୀ ମାନେ କିପରି ସାଇବର ଉପରେ ଅଧିକ ସଚେତନ ହେବେ ଓ ଏହାର ବ୍ୟବହାର, ଅପବ୍ୟବହାର ଉପରେ ଦକ୍ଷତା ହାସଲ କରି ସଚେତନ ହେଲେ ସମାଜରୁ ସାଇବର ଅପରାଧ ହ୍ରାସ ପାଇବ ବୋଲି ଗୁରୁତ୍ୱ ଦେଇଥିଲେ। ଇଣ୍ଟରନେଟ-ସୁରକ୍ଷା ଅଭ୍ୟାସ,ଇଣ୍ଟରନେଟ୍ ବ୍ୟବହାରର ନୈତିକ ନିୟମ,ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା,ଗେମିଙ୍ଗ ଆପ୍ଲିକେଶନ,ଆର୍ଥିକ କାରବାର ଜନିତ ସୁରକ୍ଷା,ଶିଶୁ ପର୍ନୋଗ୍ରାଫି,ପ୍ରତିଶୋଧକ ମୂଳକ ପର୍ନୋଗ୍ରାଫି ଭଳି ବିଭିନ୍ନ ବିଷୟରେ ବୁଝାଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜୟଦୂର୍ଗା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ ମହାପାତ୍ର, ଦୂର୍ଗାପୂଜା କମିଟି ବସିବା ର ସଭାପତି ସୁବୋଧ କୁମାର ବେହେରା,ଜୟଲକ୍ଷ୍ମୀ ବଜାର କମିଟି ସଭାପତି ବିଜୟ କୁମାର ନାୟକ,ରବିନାରାୟଣ ବେହେରା, ସମାଜସେବୀ ଡା.ରାଜାରାମ ଷଡଙ୍ଗୀ, ବାହାମ ସମିତି ସଦସ୍ୟ ପ୍ରଫୁଲ୍ଲ କୁମାର ମଗର,ଅଶୋକ କୁମାର ପୁରୋହୀତ, ଆଶୁତୋଷ ପଣ୍ଡା,ସାମ୍ବାଦିକ ରାଧାମୋହନ ଷଡଙ୍ଗୀ ଏଏସଆଇ ମନୋରଞ୍ଜନ ଦାଶ,ଅଧ୍ୟାପକ ପ୍ରଶନ୍ନ କୁମାର ସାହୁ, ଅଧ୍ୟାପକ ପ୍ରମୋଦ ନାୟକ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶିକ୍ଷାର୍ଥି ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ହେବା ସହ ସାଇବର ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା ।