ବାପୁ ଥିଲେ ଅହିଂସାର ପୂଜାରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି I ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ମହାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାପୁ ଅହିଂସାର ପୂଜାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ସେ ଗାନ୍ଧିଜୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ I ଶିକ୍ଷକ ବୈକୁଣ୍ଠନାଥ ନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଅଶୋକ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ I ସେହିପରି ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନ ରେ ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ମହାକୁର ଙ୍କ ଅଧ୍ୟକ୍ଷତାରେ ଏହି ଜୟନ୍ତୀ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜ୍ୟ ନେତା ଦ୍ୱୟ ଙ୍କ ଶ୍ରୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I