Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଚକଖଡି କଳାକାର ବିଜୟ ଙ୍କ ପକ୍ଷରୁ କ୍ରିକେଟ ବିଶ୍ୱକପ ଟ୍ରଫି ସହ ଦଳର କ୍ୟାପଟେନ ଙ୍କ ପ୍ରତିକୃତି ନିର୍ମାଣ।

ଗୋପାଳପୁର,୦୪/୧୦ ସୃଜନଶୀଳତା ଏବଂ କାରିଗରର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ୨୧ ବର୍ଷିୟ ଚକଖଡି କଳାକାର କେ ବିଜୟ କୁମାର ରେଡ୍ଡୀ ଙ୍କ ପକ୍ଷରୁ ଚକଖଡି ରେ ଅତି ସୁକ୍ଷ୍ମ ଓ ନିଖୁଣ ଭାବରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଟ୍ରଫିର ପ୍ରତିକୃତି ସହ ୧୦ ଟି ଦେଶର କ୍ରିକେଟ କ୍ୟାପଟେନ ମାନଙ୍କ ପ୍ରତିକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବିଜୟ ଙ୍କ ପକ୍ଷରୁ ୧୫ ଦିନର ଅକ୍ଲାନ୍ତ ପରିଶ୍ରମ କରାଯାଇ ଚକଖଡ଼ିରେ ୧ ଇଞ୍ଚ ର ସମସ୍ତ ପ୍ରତିକୃତି କରିଥିବା ବେଳେ ସେମାନଙ୍କୁ ରଙ୍ଗ ମଧ୍ୟ ବୋଳି ଛନ୍ତି।ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଆଇସିସି କ୍ରିକେଟ ମହାକୁମ୍ଭର ଆୟୋଜନ ନେଇ ତାରିଖ ଘୋଷଣା ପରେ କିଛି ନୂଆ କରି ଦେଖାଇବା ଆଶାରେ ଚକଖଡି କଳା ମାଧ୍ୟମରେ କ୍ରିକେଟ୍ ଜଗତକୁ ଜୀବନ୍ତ କରିବାକୁ ଲକ୍ଷ୍ୟ ରଖି ଗତ ୧୫ ଦିନ ହେଲା ପ୍ରତିକୃତି ମାନ ନିର୍ମାଣ କରିବାରେ ଲାଗି ପଡ଼ିଥିଲେ। ଶେଷରେ ସମସ୍ତ ପ୍ରତିକୃତି ନିର୍ମାଣ ହେବା ପରେ ସେ ଏହାକୁ ପ୍ରଦର୍ଶିତ କରିବା ସହ ନିର୍ମିତ ପ୍ରତିକୃତି ଗୁଡ଼ିକୁ କ୍ରିକେଟ ଖେଳ ପ୍ରତି ସମର୍ପିତ କରିଥିବା ପ୍ରକାଶ କରିଛନ୍ତି। ବିଜୟ ପାରାଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ରେ ଡିପ୍ଲୋମା ପାଠ ପଢିବା ସହ ଚକଖଡ଼ିରେ ବିଭିନ୍ନ କଳାକୃତି ମାନ ନିର୍ମାଣ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ଏହି କାର୍ଯ୍ୟରେ ଏତେ ମଜ୍ଦି ଯାଇଥିଲେ ଏବଂ ବିଭିନ୍ନ କଳାକୃତି ମାନ ନିର୍ମାଣ କରି ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବା ସହ ସାର୍ଟିଫିକେଟ ପାଇବା ସହ ପ୍ରଶଂସିତ ହୋଇଥିଲେ।ଏଥି ସହ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ସମେତ ପ୍ରଧାନମନ୍ତ୍ରୀ ଙ୍କ ପକ୍ଷରୁ ମଧ୍ୟ ବିଜୟ ଙ୍କ କଳାକୃତି କୁ ନେଇ ବିଭିନ୍ନ ସମୟରେ ଉଚ୍ଚ ପ୍ରଶଂସା କରାଯିବା ସହ ସମ୍ମାନିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories