Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରପଞ୍ଚ ସଂଗଠନକୁ ନାଗପୁର ହାଇକୋର୍ଟର ବଡ଼ ସଫଳତା,ଓଡିଶା ପାଇଁ କାଳ ସାଜିଛି ପ୍ରଶାସନି ହସ୍ତକ୍ଷେପ

ସମ୍ବଲପୁର:ଜାନସୀ ପଞ୍ଚାୟତ ରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନର ଜାତୀୟ ସଚିବ କୃଷ୍ଣପାଲ ସିଂ ରାଜପୁତ ପୂର୍ବତନ ଗ୍ରାମପ୍ରଧାନ(ସରପଞ୍ଚ୍) ତଥା ପୂର୍ବତନ ବିଧାୟକ ଗଣମାଧ୍ୟମକୁ ଜାରି ଏକ ବିବୃତ୍ତିରେ କହିଛନ୍ତି ଯେ ଜାନୁଆରୀ ଏବଂ ଫେବୃଆରୀ ମାସରେ ମହାରାଷ୍ଟ୍ର ରାଜ୍ୟ ସହିତ ସଂଗଠନର ରାଷ୍ଟ୍ରୀୟ ସଭାପତି ଦିନାରାମ ରାୟ ମହାରାଷ୍ଟ୍ରର ସଭାପତି ଚନ୍ଦ୍ରପାଲ ଚକ୍ସେ ମେଟ ବିଦର୍ଭ ଏହି ଅଞ୍ଚଳର ଶହ ଶହ ଗ୍ରାମପଞ୍ଚାୟତ ପରିଦର୍ଶନ କରିଥିଲେ। ଗ୍ରାମାଞ୍ଚଳର ଲୋକଙ୍କ ସହ ଯାଇ ସରପଞ୍ଚଙ୍କ ମାଧ୍ୟମରେ ଗ୍ରାମଗୁଡିକର ସମସ୍ୟା ବିଷୟରେ ଜାଣିଥିଲେ। ଗାଁର ବିଦ୍ୟାଳୟଗୁଡ଼ିକରେ ସମାନ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଯେଉଁ ଅନୁପସ୍ଥିତିରେ ଗରିବ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତ ଦୁର୍ବଳ ହୋଇଯାଉଛି | ଯେତେବେଳେ ରାଜ୍ୟ ସଭାପତି ଶିକ୍ଷା ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ,ସେତେବେଳେ କୁହାଯାଇଥିଲା ଯେ ଗ୍ରାମୀଣ ଶିକ୍ଷା ପାଇଁ ଖଣିଜ ବିଭାଗର ଶିକ୍ଷା ମୁଖ୍ୟଙ୍କ ଅଧୀନରେ ଅର୍ଥ ଦିଆଯାଉଛି। ଏହା ପ୍ରଶାସନ ଦ୍ୱାରା ଦିଆଯାଉ ନାହିଁ।ଯେଉଁଥିପାଇଁ ଅର୍ଥ ଅଭାବରୁ ସମ୍ମାନଜନକ ପଦବୀରେ ଶିକ୍ଷକ ନିଯୁକ୍ତ ହେଉନାହାଁନ୍ତି। ଏହି ଗୁରୁତର ସମସ୍ୟା ସଂଗଠନର ଜାତୀୟ ସଭାପତି ଦିନାରାମ ରାୟଙ୍କ ନେତୃତ୍ୱରେ ଆଲୋଚନା କରାଯାଇଥିଲା। ଏହି ସମସ୍ୟା ସମ୍ପର୍କରେ ମହାରାଷ୍ଟ୍ରର ନାଗପୁର ମାନ୍ୟବର ହାଇକୋର୍ଟରେ ସଂଗଠନର ରାଜ୍ୟ ସଭାପତି ଚନ୍ଦ୍ରପାଲ ଚନ୍ଦ୍ରପାଲ … ଚଉକେଙ୍କ ମାଧ୍ୟମରେ ଏକ ଲିଖିତ ଆବେଦନ କରାଯାଇଥିଲା। ଯେଉଁଥିରେ ମାନ୍ୟବର ହାଇକୋର୍ଟ ନିକଟରେ ହୋଇଥିବା ଶୁଣାଣି ସମୟରେ ଦେଇଥିବା ଆଦେଶର ସାରାଂଶ ପ୍ରଦାନ କରି ଖଣିଜ ବିଭାଗ ୧୦ ଦିନ ମଧ୍ୟରେ ଜିଲା ପରିଷଦକୁ ୪ କୋଟି ଚଉଦ ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛି।| ଉକ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ବର୍ତ୍ତମାନ ମହାରାଷ୍ଟ୍ରର ଅନ୍ୟାନ୍ୟ ଜିଲ୍ଲାରେ ଅଟକି ରହିଥିବା ପାଣ୍ଠି ମଧ୍ୟ ମୁକ୍ତ କରାଯିବାକୁ ହାଉକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ମହାରାଷ୍ଟ୍ର ଭଳି ଓଡିଶାର ମଧ୍ୟ ସମ ଦଶା ହୋଇଛି । ଓଡିଶାର ପ୍ରାଥମିକ ଶିକ୍ଷା ଭୁସୁଡି ପଡିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କୋମା ପରିସ୍ଥିତିରେ ରହି ଗ୍ରାମାଞ୍ଚଳ ପ୍ରାଥମିକ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଡାକ୍ତର ମରୁଡି ପଡିଛି। ପ୍ରାଣୀ ବିଭାଗ ସୁପ୍ତ ଅବସ୍ଥାରେ ପଡିଛି। କୃଷି କ୍ଷେତ୍ରରେ ଅପାରଗତା ବୃଦ୍ଧି ପାଇଛି। ବନଜାତ ଦ୍ରବ୍ୟର ଘୋର ଲୁଟପାଟ ହେବା ସହ ପଞ୍ଚାୟତକୁ ପଛରେ ପକାଇ ଏକ ଦଲାଲ ବଜାର ଚାଲିଛି। ପାନୀୟ ଜଳ ବିଭାଗ ପଞ୍ଚାୟତରେ ଥାଇବି ଏହି ବାବଦ ଅର୍ଥ ଲୁଟପାଟ ପାଇଁ ଆରଡବ୍ଲୁଏସଏସ ହାତରେ ଛନ୍ଦି ଦିଆଯାଇ ପଞ୍ଚାୟତ ସରପଞ୍ଚ୍ ଙ୍କୁ ହାତ ବାନ୍ଧି ସରକାର ନଚାଉଛନ୍ତି । ଫଳରେ ଗ୍ରାମ ବିକାଶ ସ୍ୱପ୍ନ ଚୁରମାର ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣକିଧନ, ପାନୀୟ ଜଳ ସମସ୍ୟ ଭଳି ଘୋର ଦୁର୍ଗତି ଆଗକୁ ଗରୀବ ଲୋକଙ୍କୁ ସବୁଠୁ ଦୂରେଇ ରଖି ପୋକ ମାଛି ପରି ମାରି ଦିଆଯାଉଛି । ଆତ୍ମ ନିର୍ଭରଶୀଳ, କୌଶଳ ଜ୍ଞାନ ବୃଦ୍ଧି,ମହିଳା ସଶକ୍ତିକରଣ ଭଳି ସରକାରଙ୍କ କେବଳ ଆତ୍ମଘୋଷଣା। ସରକାର ଲୋକଙ୍କୁ ଭିକ ଦେଇ ଯେମିତି କରାୟତ୍ତ କରୁଛନ୍ତି ସେଭଳି ତ୍ରିସତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅଯଥା ପ୍ରଶାସନିକ ହସ୍ତକ୍ଷେପହିଁ ଓଡିଶା ପାଇଁ ଦୁର୍ଗତି ସାଜିଥିବା ରାଷ୍ଟ୍ରିୟ ପଞ୍ଚାୟତ ରାଜ ଗ୍ରାମ ପ୍ରଧାନ/ ସରପଞ୍ଚ୍ ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ଅଭିଯୋଗ ବାଢିଛନ୍ତି। ବର୍ତ୍ତମାନ ସମଗ୍ର ରାଜ୍ୟରେ ସରପଞ୍ଚ୍ ,ସମିତି ସଭ୍ୟ/ସଭ୍ୟା ଆନ୍ଦୋଳନ ଓଡିଶା ଗ୍ରାମଞ୍ଚଳ ବିକାଶରେ ଅନ୍ତରାୟ ହୋଇଥିବା ବେଳେ ସରକାରଙ୍କ ନିରବତା ଗ୍ରାମାଞ୍ଚଳ ବିକାଶ ଦିଗରେ ପ୍ରଭୁତ କ୍ଷତିର କେବଳ କାରଣ ସାଜିନି ବରଂ ସରପଞ୍ଚ୍ ଭଳି ପ୍ରମୂଖ ନେତୃତ୍ୱକୁ କୋମାକରି ପ୍ରଶାସନ ଓଡିଶାକୁ ମରଣ ମୁହଁକୁ ଠେଲି ଦେଇ ନିଜର ସ୍ୱାର୍ଥ ହାସଲ କରିବାକୁ ଯୋଜନାବଦ୍ଧ କାମ କରିବା ଆରମ୍ଭ କରିଛି । ଯାହାକି ଆଗାମୀ ଓଡିଶା ପାଇଁ ବିପଦର କାରଣ ବୋଲି ଶ୍ରୀରଥ ଓ ଡାକ୍ତର ଷଡଙ୍ଗୀ ସତର୍କ କରାଇ ସରପଞ୍ଚ୍ ମାନଙ୍କୁ ସ୍ୱାଧିନତାର ସହ ପଲ୍ଲି ଓ ଗ୍ରାମ ସଭା ମାଧ୍ୟମରେ ବିକାଶ କାମକୁ ତ୍ୱରାନ୍ୱିତ କରିବାକୁ ମୁକ୍ତ ସ୍ୱାଧିନତା ଦେଇ ଏଥିରେ ପ୍ରଶାସନ ଓ ସରକାର ମୋହର ମାରିବା ସହିତ ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସରକାର ଆଗେଇ ଆସିବା ଉଚିତ ବୋଲି ସଂଗଠନ ଯୁକ୍ତି ଉପସ୍ଥାପନ କରିଛି।