Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲାପାଳ ଦୌଡ଼ି ଓ ପାଦରେ ଚାଲି ଦୁର୍ଗମ ଅଞ୍ଚଳର ବିକାଶ ନିମିତ୍ତ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା କଲେ ।

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଆଜି ମୋହନା ବ୍ଲକରେ ରହିଥିବା ବିଭିନ୍ନ ଦୁର୍ଗମ ପଞ୍ଚାୟତରେ ଚାଲିଥିବା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ବିଭିନ୍ନ ଦାବୀ ଗୁଡିକ ସମାଧାନ କରିବାଉଦ୍ଦେଶ୍ୟରେ ପାଦରେ ଚାଲି ଚାଲି ଓ ଦୌଡ଼ି ଦୌଡ଼ି ଯାଇ ବିଭିନ୍ନ ଗ୍ରାମରେ ପହଞ୍ଚି ସୁବିଧା ଅସୁବିଧା ଲୋକଙ୍କୁ ପଚାରି ବୁଝିଛନ୍ତି । କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଚାପଡ଼ପଙ୍କା ଗ୍ରାମଠାରୁ ରାଜମା ଗ୍ରାମକୁ ଯିବାକୁ ହେଲେ ଅତିକ୍ରମ କରୁଥିବା ହଉଭଙ୍ଗି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବିକୁ ହୃଦୟଙ୍ଗମ କରି ସେଠାରେ ବ୍ରିଜ ନିର୍ମାଣ କରିବା ପାଇଁ ଆର.ଡି.ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତାପରେ ବୁଡ୍ରିଙ୍ଗ ଗ୍ରାମ ଭିତର ଦେଇ ରାସ୍ତା ସଂପ୍ରସାରଣ ନକରି ସ୍କୁଲ ପଛପଟ ଦେଇ ବାଇପାଶ ରାସ୍ତା ନିର୍ମାଣ କରିବା ଉପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।କନ୍ଧ ଅଡବା ସ୍ଥିତ ମହିଳା ସ୍ଵୟଂ ସହାୟିକା ଦଳଙ୍କ ଦ୍ୱାରା ପରିଚାଳିତ କୁକୁଡ଼ା ଦାନା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନବୁଢାପଙ୍କା ଗ୍ରାମ ନିକଟ ନାଳ ଉପରେ ପୋଲ ନିର୍ମାଣ, ବିରିକୋଟ ଗ୍ରାମର କେଥଲିକ୍ ଚର୍ଚ୍ଚ ପରିଦର୍ଶନ, ତୋରାଣିପାଣି ଗ୍ରାମର ୫ଟି ସ୍କୁଲ ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ଏହିକାର୍ଯ୍ୟକ୍ରମରେ ବିଡ଼ିଓ ତପସ୍ଵିନୀ ହାଁସଦା,ବ୍ଳକ ଅଧ୍ଯକ୍ଷ ରଞ୍ଜିବ ଶବର, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ , ପିଇଓ ସୋମେଶ ପରିଛାଙ୍କ ସମେତ ବିଭିନ୍ନ ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ।

More Stories