Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେ.ସି. ହାଇସ୍କୁଲ ପରିସରରୁ ଘରୋଇ ସ୍କୁଲ ଉଚ୍ଛେଦ ଦାବି କଲା ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ

ବ୍ରହ୍ମପୁର: ୧୮୫୬ ମସିହାରୁ ପ୍ରତିଷ୍ଠିତ କେ.ସି. ହାଇସ୍କୁଲ ପରିସରରେ ୨୦୧୭ ମସିହା ଠାରୁ କେ.ସି. ପବ୍ଲିକ୍‌‍ ସ୍କୁଲ ନାମରେ ଏକ ଘରୋଇ ସ୍କୁଲ ପ୍ରତିଷ୍ଠା କରାଯାଇଛି । ଘରୋଇ ଅନୁଷ୍ଠାନକୁ ସେଠାରୁ ଉଚ୍ଛେଦ କରିବା ପାଇଁ କେ.ସି. ହାଇସ୍କୁଲର ଅଭିଭାବକ ଏବଂ ପୁରାତନ ଛାତ୍ର ତଥା ବୁଦ୍ଧିଜୀବୀମାନେ ଦାବୀ କରି ଆସୁଛନ୍ତି । ଏ ସମ୍ପର୍କରେ ବ୍ରହ୍ମପୁରର ବିଭିନ୍ନ ସଂଗଠନ ତରଫରୁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଛନ୍ତି ।
ସରକାରଙ୍କ ନିୟମ ଅନୁସାରେ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ କୌଣସି ବେସରକାରୀ ଅନୁଷ୍ଠାନ ଖୋଲିବା ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହିଭଳି ଘଟଣା ବ୍ରହ୍ମପୁର ସହରର ସର୍ବପୁରାତନ ଅନୁଷ୍ଠାନ କେ.ସି. ହାଇସ୍କୁଲ ଯେଉଁଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରି ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଛାତ୍ର ଥିଲେ । ସେହି ଅନୁଷ୍ଠାନ ମଧ୍ୟରେ କିପରି ଏକ ବେସରକାରୀ ଅନୁଷ୍ଠାନ ଚାଲିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତ ପ୍ରକାର ଆଇନକାନୁନକୁ ଉଲଗ୍ନ କରାଯାଇଛି । ତେଣୁ ସରକାର ତାହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନର ସଭାପତି ରବି ରଥ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।