Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରିୟଙ୍କା ଗାନ୍ଧୀଙ୍କ ଘୋଷଣା- ଛତିଶଗଡ଼ରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସିଲେ କରାଯିବ ଜାତିଗତ ଜନଗଣନା

ରାୟପୁର: ଛତିଶଗଡ଼ରେ କଂଗ୍ରେସ ସରକାର ପୂନର୍ବାର ଗଠନ ହେଲେ ରାଜ୍ୟରେ ଜାତିଗତ ଜନଗଣନା କରାଯିବ। ଶୁକ୍ରବାର ଏହା ଘୋଷଣା କରିଛନ୍ତି କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଯଦି ଛତିଶଗଡ଼ରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସେ ତେବେ ବିହାର ପରି ରାଜ୍ୟରେ ମଧ୍ୟ ଜାଗିତତ ଜନଗଣନା କରାଯିବ। ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳର କେବଳ ଗୋଟିଏ ଉଦ୍ଦେଶ୍ୟ, ଯେଣତେଣ ପ୍ରକାରେ କ୍ଷମତା ହାସଲ କରିବା। ସେମାନଙ୍କ ସହଯୋଗୀ ମଧ୍ୟ ବଡ଼ ଉଦ୍ୟୋଗପତି ଓ ଶାସକ ଦଳର କାମ କରନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟାର୍ଗେଟ୍ କରି ସେ କହିଛନ୍ତି, ବିଜେପିର ଗ୍ୟାରେଣ୍ଟି ପମ୍ଫା ମାଠିଆ। ଆଜି ଦରବୃଦ୍ଧି ଓ ବେରୋଜଗାରୀ ବହୁତ ଅଧିକ। ତଥାପି କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛି। ଆମେ ରାଜ୍ୟରେ ରାମ ପଥ ଗମନ ନିର୍ମାଣ କରିଛୁ ଏବଂ ଏହାକୁ ପର୍ଯ୍ୟଟନ ସ୍ଥଲରେ ପରିବର୍ତ୍ତନ କରିଛୁ। ରାଜ୍ୟରେ ଯେଉଁଠି ଯେଉଁଠି ପ୍ରଭୁ ରାମ ଗମନ କରିଛନ୍ତି, ସେହି ସ୍ଥାନରେ ପର୍ଯ୍ୟଟନସ୍ଥଳ ତିଆରି କରିଛୁ। ମହାତ୍ମା ଗାନ୍ଧୀଙ୍କଠୁ ନେଇ ରାଜୀବ ଗାନ୍ଧୀଙ୍କ ପର୍ଯ୍ୟନ୍ତ ପଞ୍ଚାୟତିରାଜର ସ୍ଵପ୍ନ କଂଗ୍ରେସ ସାକାର କରିଛି।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ପଞ୍ଚାୟତରେ ୩୩ ପ୍ରତିଶତ ସଂରକ୍ଷଣ କଂଗ୍ରେସ ସରକାର ଦେଇଛନ୍ତି। ସମୟ ଥିଲା, ଯେବେ ଜନପ୍ରତିନିଧିଙ୍କ ସଂଖ୍ୟା ବହୁତ କମ ଥିଲା। ସମସ୍ତ ଛୋଟ ବଡ଼ ନିର୍ଣ୍ଣୟ ଗୋଟିଏ ଜାଗାରେ କେନ୍ଦ୍ରିତ ଥିଲା। ପଞ୍ଚାୟତିରାଜରୁ ତୃଣମୂଳ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନିଷ୍ପତ୍ତି ନିଆଯାଏ। ମାତ୍ର ବିଜେପି ଗରିବଙ୍କ ସଂପତ୍ତିକୁ ଧନୀ ଲୋକଙ୍କୁ ଦେବାର କାମ କରୁଛି। କଂଗ୍ରେସ ସର୍ବଦା ମହିଳାଙ୍କୁ ସଶକ୍ତ କରିବାର କାମ କରିଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ