Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଆଡ୍ଡା ଚଢ଼ାଉ, ୪ ଗିରଫ

ଗୋପାଳପୁର ୬/୧୦ ଗୋପାଳପୁର ପୁଲିସ ପକ୍ଷରୁ ଆଜି ଅପରାହ୍ନରେ ଏକ ଜୁଆ ଆଡ୍ଡା ଚଢ଼ାଉ କରି ସେଠାରୁ ୩୭୦୦ ଟଙ୍କା,୪ ଟି ମୋବାଇଲ ଫୋନ, ୨ ଟି ତାସ ପେକେଟ, ପାଲ ଜବତ କରିବା ସହ ୪ ଜଣ ଜୁଆଡିକୁ ଗିରଫ କରିଥିଲେ l ସୂଚନା ପ୍ରକାରେ ଗୋପାଳପୁର ଜେଟି ନିକଟ ବେଳାଭୂମି ଠାରେ ଜୁଆ ଖେଳ ଚାଲିଥିବା କୌଣସି ସୂତ୍ରରୁ ପୁଲିସ ଖବର ପାଇଁ ଚଢ଼ାଉ କରି ଟଙ୍କା, ମୋବାଇଲ, ଖେଳ ସାମଗ୍ରୀ ସହ ୪ ଜଣଙ୍କୁ ଗିରଫ କରିଥିଲା l ଚଢ଼ାଉ ବେଳେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏ ଏସ ଆଇ ପ୍ରଶାନ୍ତ କୁମାର ଡ଼ାକୁଆ,ବି. ତିରୁପତି ରାଓଙ୍କ ପୁଲିସ ଏକ ଟିମ ରହିଥିଲେ l ଏ ନେଇ ଏକ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories