ଗୋପାଳପୁର ୬/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଇଷ୍ଟୁଆରିନ୍ ଏଣ୍ଡ କୋଷ୍ଟଲ ଷ୍ଟଡିସ୍ ଫାଉଣ୍ଡେସନ, ପଶ୍ଚିମ ବଙ୍ଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି।ଏହି ଚୁକ୍ତି ଦ୍ଵାରା ସାମୁଦ୍ରିକ ଓ ମୁହାଣ ଗବେଷଣା କ୍ଷେତ୍ରରେ ୨ ଟି ଅନୁଷ୍ଠାନ ମଧ୍ୟରେ ଉତ୍ତମ ଜ୍ଞାନ କୌଶଳ ବିନିମୟ ହୋଇପାରିବ।ଏଥି ଦ୍ଵାରା ଗବେଷକ ଗବେଶିକା ମାନେ ମିଳିତ ଭାବେ ପରୀକ୍ଷା ଗାର ଓ ଯନ୍ତ୍ରପାତି ର ସୁ ବିନିଯୋଗ କରି ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳ ର ସୁରକ୍ଷା ଓ ଅର୍ଥନୀତିକ ଅଭିବୃଦ୍ଧି ରେ ଏ଼ଆ ସହାୟକ ହୋଇପାରିବା ତାହା ସହ ମିଳିତ ଭାବେ ପାଠ୍ୟକ୍ରମ, କର୍ମଶାଳା,ବତ୍କୃତା ଆଦି ଆୟୋଜନ କରିପାରିବେ। ଏହି ଚୁକ୍ତି ୫ ବର୍ଷ ପାଇଁ କରାଯାଇଛି।ଏହି ଚୁକ୍ତି ପତ୍ର ସ୍ବାକ୍ଷର ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,କୂଳ ସଚିବ ସଚ୍ଚିଦାନନ୍ଦ ନାୟକ, ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ, ଆଇ କ୍ୟୂ ଏ ସି ର ନିର୍ଦେଶକ ପ୍ରଫେସର୍ ସୁଧାକର ପାତ୍ର, ସି ଡି ସି ର ନିର୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ,ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ତମଘ୍ନ ଅlଚାରୀୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇଷ୍ଟୁଆରିନ୍ ଏଣ୍ଡ କୋଷ୍ଟଲ ଷ୍ଟଡିସ୍ ଫାଉଣ୍ଡେସନ,ହାୱଡା ପଶ୍ଚିମ ବଙ୍ଗ ପକ୍ଷରୁ ନିର୍ଦ୍ଦେଶକ ଡ଼ଃ ସୌରଭ ପାଲ, ବୈଜ୍ଞାନିକ ଡଃ କହ୍ନେଇଲାଲ ଦାସ,ଗବେଶିକା ପୂଜା ମିଶ୍ର ଓ ଦେବରତି ସେନଗୁପ୍ତା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଆଇ କ୍ୟୁ ଏ ସି ର ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ ପରିଚାଳନା କରିଥିଲେ।