Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଈ ଚୋର ଗିରଫଗାଇ ସହ ଟାଟାଏସି ଜବତ

ଗୋପାଳପୁର ,୦୬/୧୦ ଗତ କିଛି ଦିନ ଧରି ଗୋଳନ୍ଥରା ଥାନା ଅଞ୍ଚଳରେ ଗୋରୁ ଗାଈ ଚୋରୀ ହୋଉଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଉଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଏକ ଗାଈକୁ ଟାଟା ଏସିରେ ଚୋରୀ କରି ନେଉଥିବା ବେଳେ ଗାଈ ମାଲିକ ହାତ ରେ ଜଣେ ଯୁବକ ଧାରା ପଡିଥିବା ଜଣାପଡିଛି l ଏହା ନେଇ ଥାନାରେ ମାମଲା ପରେ ପୋଲିସ ଆଜି ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଯୁବକ ଜଣକ ହେଲେ ଚାନ୍ଦପୁର ଗ୍ରାମର ଏନ ମୋହନ ପାତ୍ର (୩୫) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ଗୁରୁବାର ରାତିରେ ମୋହନ କନିଷି ହାଟ ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ଗାଈ କୁ (ଓଡ଼ି୦୨ବିଏ ୯୮୬୧) ଟାଟା ଏସିରେ ଗାଡ଼ିରେ ଚୋରୀ କରି ନେଉଥିବା ବେଳେ ଗାଈ ମାଲିକ ସୁନୀଲ କୁମାର ପରିଡାଙ୍କ ହାବୁଡ଼ରେ ପଡିଯାଇଥିଲେ l ଏ ନେଇ ଗାଈ ମାଲିକ ଗୋଳନ୍ଥରା ଥାନାରେ ଜଣେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋହନ କୁ କାବୁ କରିବା ସହ ବ୍ୟବହୃତ ହୋଇଥିବା ଟାଟା ଏସି କୁ ଜବତ କରିଥିଲେ l ଘଟଣା ନେଇ ଥାନା ରେ ୫୦୧/୨୨ ମାମଲା ରୁଜୁ ସହ ମୋହନ କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୂଚନା ଦେଇଛି l ସୂଚନା ଯୋଗ୍ୟ କନିସି ହାଟ ବଡ଼ ବନ୍ଧ ରାସ୍ତା ନିକଟରେ ଗାଈ ଓ ମଇଁଷି ଗାଡିରେ ଲୋଡିଂ ହୋଇ ଆନ୍ଧ୍ରପ୍ରଦେଶ କୁ ବିଭିନ୍ନ ସମୟରେ ଚାଲାଣ ହୋଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ରହୁଥିବା ଚାଲାଣ କାରୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବସାଧାରଣରେ ଦାବୀ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories