Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ।

ଗୋପାଳପୁର,୦୬/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ତରଫରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। “ଉତ୍ତର-ଭାରତୀୟ ମହାସାଗରର ପରିବେଶ ଏବଂ ଜୈବ-ଭୂ-ରସାୟନ ଗୁଣାବଳୀ” ଶୀର୍ଷକ କୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।” ଗତ ଗୁରୁବାର ଦିନ ବିଶ୍ଵବିଦ୍ୟାଳୟର ପ୍ରଶାସନିକ ବିଭାଗ ର ସିନେଟ୍ ହଲରେ ଏହି ସମ୍ମିଳନୀ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଡ.ତମୋଘ୍ନ ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋପାଳପୁର କୋଷ୍ଟ ଗାର୍ଡ ର ଡେପ୍ୟୁଟି କମାଣ୍ଡର ଧନଞ୍ଜୟ ମିଶ୍ର ଯୋଗଦାନ କରି କୋଷ୍ଟ ଗାର୍ଡ ର କର୍ତ୍ତବ୍ୟ ଏବଂ ଉପକୂଳବାସୀ ଙ୍କୁ ପ୍ରଦାନ କରାଯାଉଥିବା ସୁରକ୍ଷା ଏବଂ ଗବେଷକଙ୍କ ପାଇଁ କୋଷ୍ଟ ଗାର୍ଡ ଦ୍ୱାରା ଯୋଗେଇ ଦିଆଯାଉଥିବା ବିଭିନ୍ନ ସୁଯୋଗ ବିଷୟ ରେ ଦୃଷ୍ଟିପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଗୋପାଳପୁର ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଯୋଗ ଦେଇ ସାମୁଦ୍ରିକ ବିଜ୍ଞାନ ର ବିଭିନ୍ନ ଅନୁସନ୍ଧାନ ମୂଳକ ଦୃଷ୍ଟି କୋଣ ଏବଂ ନିଜର ଏହି ବିଭାଗ ସହିତ ରହିଥିବା ଅଭିଜ୍ଞତା ସମ୍ବନ୍ଧ ରେ ଆଲୋକପାତ କରିଥିଲେ।ମଞ୍ଚ ରେ ଅନ୍ୟାନ୍ୟ ଅତିଥି ମାନେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଓ ସାମୁଦ୍ରିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ.ତମୋଘ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ଅବସର ରେ ବିଶ୍ଵବିଦ୍ୟାଳୟର କୁଳପତି ଓ ମଞ୍ଚାସିନ ଅନ୍ୟାନ୍ୟ ଅତିଥିବୃନ୍ଦ ସାମୁଦ୍ରିକ ବିଜ୍ଞାନ ବିଭାଗର ” ସ୍ମରଣିକା ” ଉନ୍ମୋଚନ କରିଥଲେ। ଏହି ଜାତୀୟ ସମ୍ମିଳନୀର ସଂଯୋଜନା ର ଦାୟିତ୍ଵ ବିଭାଗୀୟ ମୁଖ୍ୟ ଡ.ଆଚାର୍ଯ୍ୟ ନେଇଥିଲେ। ସହକାରୀ ଅଧ୍ୟାପକ ଡ଼.ଶେଷଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନ ରୁ ୧୬ ଜଣ ଗବେଷକ, ଛାତ୍ରଛାତ୍ରୀ, ଅଧ୍ୟାପକ ସନ୍ଧର୍ଭ ପାଠ କରିଥିଲେ। ଉଦ୍‌ଯାପନୀ ଉତ୍ସବ ରେ ଗୋପାଳପୁର ବନ୍ଦରର ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ଥୋରାଟ ଯୋଗଦାନ କରି ନିଜର ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏଥି ସହିତ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ସଫଳତା ର ସହ ସମ୍ପନ୍ନ ହୋଇଥିଲା।କାର୍ଯକ୍ରମ ର ସଫଳ ପରିଚାଳନା ରେ ବିଭାଗ ର ଅର୍ପିତ୍ ମହାପାତ୍ର, ମନୋଜ କୁମାର ଦାସ, ବୈଶାଖୀ ପଟ୍ଟନାୟକ, ସୁମିତ୍ କୁମାର ମହାନ୍ତି, ଅସୀମ ପ୍ରିୟଦର୍ଶନ , ମହାପାତ୍ର ଆଶିଷ ଗୋଦାବରୀଶ ଏବଂ ରାଜ୍‌ ଶେଖର ଆଦି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories